Advertisements
Friday, June 5, 2020
Home Business & Private ଦାଦନ ଖଟିବାକୁଯାଇ ଶ୍ୟାମ କଣ୍ଡାଗରୀ ନିଖୋଜ

ଦାଦନ ଖଟିବାକୁଯାଇ ଶ୍ୟାମ କଣ୍ଡାଗରୀ ନିଖୋଜ

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ
କୋଲନରା(୨୩/୭): କୋଲନରା ବ୍ଲକ ସୁରୀ ପଞ୍ଚାୟତ ଭତୂଡି ଗ୍ରାମର ଶ୍ୟାମ କଣ୍ଡାଗରୀ (ବୟଷ ୨୮) ପିତା ଆଚିୟା କଣ୍ଡାଗରୀ, ମାତା ତାଉଟି କଣ୍ଡାଗରୀ ଆଜକୁ ପ୍ରାୟ ୪ମାସ ଉପରେ ହେବ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରି ନାହିଁ କି ତାଙ୍କର ଠିକଣା ମଧ୍ୟ ମିଳୁନାହିଁ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି ।

ଶ୍ୟାମ କଣ୍ଡାଗରୀଙ୍କ ମା କହିବା ଅନୁସାରେ ସେହି ସୁରୀ ପଞ୍ଚାୟତ ଖମାସିଙ୍ଗ ଗ୍ରାମର ଦିନୁ କେଣ୍ଡୄକା ନାମକ ଜଣେ ଵ୍ୟକ୍ତି ଭତୂଡି ଗ୍ରାମକୁ ଯାଇ ବିଭିନ୍ନ ପ୍ରକାର ବୁଝାବୂଝି କରି ଆନ୍ଧ୍ର କାମ କରିବାକୁ ନେଉଛି ବୋଲି ଶ୍ୟାମର ମାକୁ ମଧ୍ୟ ବୁଝାବୂଝି କରି ଶ୍ୟାମକୁ ନେଇଯାଇଥିଲା | ବର୍ତ୍ତମାନ ଦୀର୍ଘ ୪ମାସ ପରେ ଶ୍ୟାମଙ୍କ ମା ସେହି ଦଲାଲ ଦିନୁ କେଣ୍ଡୃକାଙ୍କୁ ମୋ ପୁଅ କେବେ ଆସିବ ତାଙ୍କର ଠିକଣା କଣ? ବୋଲି ପଚାରିବାରୁ ଧମକ ଚମକ ଦେଉଛନ୍ତି ବୋଲି କହିଛନ୍ତି । ତୁମ ପୁଅକୁ ମୁଁ ଜାଣି ନାହିଁ ବାରମ୍ବାର ମୋତେ ଯଦି ପଚାରୁଥିବ ତାହା ହେଲେ ତୁମ ପୂଅ ଆଉ ଫେରିବ ନାହିଁ, ଯାହା କରୁଛ କର ବୋଲି କହିଛନ୍ତି ସେ ଦଲାଲ ଜଣକ । ବୁଢ଼ୀ ସମୟର ସାହା ଭରଷା ଥିଲା ସେହି ଗୋଟିଏ ମାତ୍ର ପୁଅ ଶ୍ୟାମ । ବିଧବା ମା ତାଉଟି କଣ୍ଡାଗରୀ ବର୍ତ୍ତମାନ ନିରୁପାୟ ହୋଇ ଭଗବାନଙ୍କୁ ଭରଷା କରି କାନ୍ଦି କାନ୍ଦି ଦିନ କାଟୁଛନ୍ତି । ସାହାଯ୍ୟ କରିବାକୁ କେହି ନାହାନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: