ବିନିକା ସହର ର ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଚଢ଼ାଉ ଓ ଜୋରିମାନା ଆଦାୟ

0
167
ବିନିକା ସହର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩/୮) : ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶଭ ରଞ୍ଜନ ପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିନିକା ସହର ର ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଚଢ଼ାଉ କରି ଜୋରିମାନା ଆଦାୟ କରାଯାଇଛି ।WhatsApp Image 2022 08 03 at 9.02.38 PM ବିନିକା ସହର ର ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଚଢ଼ାଉ ଓ ଜୋରିମାନା ଆଦାୟ

ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ବିନିକା ସହର ର ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଆଜି ଚଢ଼ାଉ କରି ୧୧ ଟି ହୋଟେଲ ରୁ ୫୬ କିଲୋ ର ବାସି ଖାଦ୍ୟ ସବୁ ଫିଙ୍ଗି ୧୪,୮୦୦ ଟଙ୍କା ଜରିମାନା କରିଛନ୍ତି ।

ଏହି ଜିଲ୍ଲାରେ ଏବେ ଡାଇରିଆ ବ୍ୟାପୁଥିବାରୁ ଗ୍ରାହକ ଙ୍କୁ ତଟକା ଖାଦ୍ୟ ଦେବା ସହିତ ଖାଦ୍ୟ ସବୁକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଦୋକାନୀ ଙ୍କୁ ପରାମର୍ଶ କରିଥିଲେ l ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଓ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀବନ୍ତ ଖଣ୍ଡଗିରି, ରାଜୀବ ପ୍ରଧାନ, ରାକେଶ ମାହାନା ବିନିକା ଥାନା ର ପୁଲିସ ଷ୍ଟାଫ ସାମିଲ ଥିଲେ l