Thursday, March 28, 2024

Top 5 This Week

Related Posts

ବଣୁଆ ହାତୀ ଙ୍କ କବଜାରେ ଗୁଣପୁର ଅଞ୍ଚଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୩/୦୮) : ଆଜି ତା ୩/୮/୨୨ ରିଖରେ ବଣୁଆ ହାତୀ ଙ୍କ ଆକ୍ରମଣରେ ଛାରଖାର ହୋଇଯାଇଛି ୧୦ ଟି ଘର ଓ ଫସଲ ।

ଗୁଣପୁର ବ୍ଲକ ଚିନ୍ନାସାରି ପଞ୍ଚାୟତ ର ଡାଙ୍ଗସିଙ୍ଗ ନିକଟ ପୁଡାପାଡ୍ରା ଓ ଆରେଙ୍ଗୁଲ ଗ୍ରାମରେ ବଣୁଆ ହାତୀପଲ ପଶି ଦଶଟି ଘର ଭାଙ୍ଗିଦେବା ସହ ଜମିରେ ଚାଷ କରିଥିବା ମାଣ୍ଡିଆ, ଧାନ ସହ କଦଳୀ ବଗିଚା, ଅମୃତଭଣ୍ଡା, ନଡିଆ ଗଛ ଓ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ଦୀର୍ଘ ଦିନ ଧରି ଛଅ ଟିକିଆ ହାତୀପଲ, ଗୁଣପୁର ଆଖପାଖ ଅଞ୍ଚଳରେ ବଣୁଆ ହାତୀ ତାଣ୍ଡବ ଚଳାଇ ଆସୁଥିଲେ ମଧ୍ୟ ପ୍ରଶାସନ କେବଳ ଜଳକା ହୋଇ ଚାହିଁ ରହିଛି ।

ସୂଚନା ମୁତାବକ ପଟା ଶବର, ଅନିଶି ଶବର, ଫିଲିମନ ଶବର, ଯାକୁବ ଶବର, ଏସ ରଇତ, ମସିକ ରଇତ, ସୁରୁଜି ରଇତ, ସାଇମନ ରଇତ, ଏଲିଆଜର ରଇତ ଙ୍କ ଘର ହାତୀ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉଚିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଅନାସିମ ଶବର, ପ୍ରଶାସନ ତୁରନ୍ତ ଏହି ଦଶଟି ପରିବାରକୁ ଇନ୍ଦିରା ଆବାସ ଯୋଗାଇଵା ସହ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଓ ତତ୍ ସଙ୍ଗେ ସଙ୍ଗେ ଏହି ହିଂସ୍ର ବଣୁଆ ହାତୀପଲକୁ, ପ୍ରଶାସନ ତୁରନ୍ତ ଅନ୍ୟ ଅଞ୍ଚଳକୁ ତଡିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

Popular Articles