Advertisements
Tuesday, June 2, 2020
Home Children Issue ବୈପାରୀଗୁଡା ପ୍ରାକ ସ୍କୁଲ ଶିକ୍ଷାଦାନ ଭୁଶୁଡି ପଡିଛି

ବୈପାରୀଗୁଡା ପ୍ରାକ ସ୍କୁଲ ଶିକ୍ଷାଦାନ ଭୁଶୁଡି ପଡିଛି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୭): ସମ୍ମନିତ ଶିଶୁ ବିକାଶ ଯୋଜନାରେ ଛୋଟ ଛୋଟ ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶର ପାଇଁ ବିଭିନ୍ନ ଯୋଜନା ରହିଥିବାବେଳେ ଏହି ଯୋଜନା ଫେଲ ମାରିଛି | ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କଟ୍ରାକୁଣ୍ଡ ଓ ସିରିବେଡା ଅଙ୍ଗନବାଡି କେନ୍ଦ୍ରରେ |

ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବୈପାରୀଗୁଡା ବ୍ଲକ ରାମଗିରି ପଞ୍ଚାୟତ ଅନ୍ତର୍ଗତ କଟ୍ରାକୁଣ୍ଡ ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଥିବା ଜଣାପଡିଛି | ବୈପାରୀଗୁଡା ସମ୍ନନିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ କଟ୍ରାକୁଣ୍ଡ ଅଙ୍ଗନବାଡି ଦିଦି କେନ୍ଦ୍ରକୁ ନିୟମିତ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି | ପ୍ରାକ ବିଦ୍ୟାଳୟ ଚାଲୁନହିଁ, ଅଣ୍ଡା ଠିକ ଭାବେ ଦେଉନହିଁ, କିଶୋରୀ ବାଳିକାଙ୍କ କାର୍ଯ୍ୟକ୍ରମ କିଛି ଚାଲୁନି ବୋଲି ରାମଗିରି ସରପଞ୍ଚ ସହ ଗ୍ରାମବାସି ଅଭିଯୋଗ କରିଛନ୍ତି | ବହୁବାର ସୁପରଭାଇଜର, ସିଡିପିଓ, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ଅନ୍ୟପଟେ ଗୁପ୍ତେଶ୍ୱର ପଞ୍ଚାୟତ ସିରିବେଡା ଅଙ୍ଗନବାଡି ଦିଦି ମଧ୍ୟ ନିୟମିତ ଭାବେ କେନ୍ଦ୍ରକୁ ଆସୁନାହାନ୍ତି | କେବଳ ମାସକୁ ଥରେ ଆସୁଛନ୍ତି, ପ୍ରାକ ବିଦ୍ୟାଳୟ କରୁନାହାନ୍ତି ବୋଲି ସିରିବେଡା ଅଙ୍ଗନବାଡି ପାଚିକା ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି | ବ୍ଲକ ସିଡିପିଓ ଓ ଜିଲ୍ଲା ଅଧିକାରୀଙ୍କ ଖାମୁଖିଆଲି ନିତି ଯୋଗୁଁ ବୈପାରୀଗୁଡା ଅଂଚଳରେ ଅଙ୍ଗନବାଡି କେନ୍ଦ୍ରରେ ପ୍ରାକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସହ ଶିଶୁଙ୍କ ବିକାଶରେ ବାଧା ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାୟଗଡା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୨/୦୬): ରାୟଗଡା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ ଚରାମଦ କାରବାର ବୃଦ୍ଧି ପାଉଥିବା ଖବର ଜାଣି ଜିଲ୍ଲାପାଳ,ରାୟଗଡା ଏବଂ...

ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀଜିଉଙ୍କ ସ୍ନାନଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୧/୦୬): କରୋନାର କାରୁଣ୍ୟ ପ୍ରକୋପର କରୁଣ ପରିଣତି ସବୁକିଛି ବନ୍ଦ ପଡିଥିବାବେଳେ, ସେଥିରୁ ବାଦ ପଡିନି ଦେବାଳୟ ମଧ୍ୟ l...

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

Recent Comments

%d bloggers like this: