ଦୋରାଗୁଡା ଆବାସିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ର ମୃତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୭): ବୈପାରୀଗୁଡା ବ୍ଲକ ଦୋରାଗୁଡା ଆବାସିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି | ଗତ କାଲି ଉକ୍ତ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୁତ ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି | ମୃତ ଛାତ୍ର ହେଲେ ଲମତାପୁଟର ନରସିଂହ ଗାଦବା |

ପ୍ରାପ୍ତ ସୂଚନା ଅନୁଯାୟୀ ହଷ୍ଟେଲରେ ନରସିଂହ ରବିବାର ଦିନ ରାତିରେ ଅସୁସ୍ଥ ହୋଇପଡିଥିଲେ | ତାଙ୍କୁ ସୋମବାର ଦିନ ସକାଳେ ଏକ ଘରୋଇ କ୍ଲିନିକ ଅଣାଯାଇଥିଲା ପରେ ବୈପାରୀଗୁଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରୁ ଜୟପୁର ରେଫର କଲାପରେ ଜିଲ୍ଲା ଚିକିତ୍ସାଳୟକୁ ନେବା ବେଳେ ଛାତ୍ରର ମୃତ୍ୟୁ ହୋଇଥିଲା | ଏହି ଘଟଣାର ଖବର ପାଇଁ ବୈପାରୀଗୁଡା ପୋଲିସ ମୁତ ଶରୀର ବ୍ୟବଛେଦ ପରେ ତହସିଲଦାର ସଞ୍ଜବ କୁମାର ସାହୁଙ୍କ ଉପସ୍ଥିତରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥଲେ |

Comments are closed.