ଗୁଣୁପୁର ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରସମନ ଶିବିର ଅନୁଷ୍ଠିତ

0
178
ଗୁଣୁପୁର ମହାବିଦ୍ୟାଳୟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୦୪/୦୮) : ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରସମନ ବଳ, ତୃତୀୟ ବାହିନୀ, ମୁଣ୍ଡଳୀ କଟକ ଦ୍ୱାରା ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଗୁଣୁପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଗୁଣୁପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସମେତ ସ୍ଥାନୀୟ ଥାୟରାମ୍ମା ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଇନ୍ସପେକ୍ଟର ଆର୍. ରୁଙ୍ଗସୁଙ୍ଗ ଓ ଶ୍ରୀ ବିବେକ ପାଣ୍ଡେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯଥା- ବିଜୁଳି, ଭୂମିକମ୍ପ, ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ଦୁର୍ଘଟଣାରୁ କିପରି ରକ୍ଷା ପାଇ ପାରିବେ ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ସେହିପରି ଉକ୍ତ ଦଳ ର ଶ୍ରୀ ଶୁଭେନ୍ଦୁ ପତି ଓ ଶ୍ରୀ ସୁଧାଂଶୁ ଶେଖର ପତି ବ୍ୟବହାରିକ ରୀତିରେ ସରଞ୍ଜାମ ପ୍ରଦର୍ଶନ କରି ଦେଖେଇଥିଲେ । କୌଣସି ବିପର୍ଯ୍ୟୟ ର ସମ୍ମୁଖୀନ ହେଲେ ଛାତ୍ରଛାତ୍ରୀ ମାନେ କିପରି ନିଜର ରକ୍ଷା କରିବା ସହ ଅନ୍ୟ ମାନଙ୍କ ରକ୍ଷା କରି ପାରିବେ ସେଥିପାଇଁ ଏ କାର୍ଯ୍ୟକ୍ରମରେ ବିଭିନ୍ନ ଉପାୟ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ର ସ୍ୱେଚ୍ଛାସେବୀ ବହୁଳ ଭାବରେ ଯୋଗଦାନ କରିବା ସହ ସୁପରିଚାଳନା କରିଥିଲେ ।