Advertisements
Friday, June 5, 2020
Home Government News ଯୌତୁକ ନିର୍ଯ୍ୟାତନା ଦେଇ ମାଡ଼ ପିଟ ଓ ଜୀବନରେ ମାରିଦେବାକୁ ଧମକ, ଉପଯୁକ୍ତ ନ୍ୟାୟ ପାଇଁ...

ଯୌତୁକ ନିର୍ଯ୍ୟାତନା ଦେଇ ମାଡ଼ ପିଟ ଓ ଜୀବନରେ ମାରିଦେବାକୁ ଧମକ, ଉପଯୁକ୍ତ ନ୍ୟାୟ ପାଇଁ ଦାବି

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୨୧/୦୭): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଯୌତୁକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିଛି | ମୁରିବାହାଲ ବ୍ଲକ ହଳଦୀ ଗ୍ରାମର ଝିଅ ମୋହିନୀ ପାଣ୍ଡେ ଗତ ମାର୍ଚ୍ଚ ୨୦୧୭ରେ ପିଟା ପଡା ଗ୍ରାମର ଦେବରଚନ ଘିବେଲାଙ୍କୁ ପୁତ୍ର ଶିବ ଘିବେଲା ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ |

ବାହାଘର ଏକ ବର୍ଷ ପରେ ମୋହିନୀଙ୍କୁ ଶାଶୂଘର ଲୋକେ ଯୌତୁକ ନିର୍ଯ୍ୟାତନା ଆରମ୍ଭ କରି ୧୦ ଭରି ସୁନା, ନାଗଡ଼ ୨ଲକ୍ଷ ଟଙ୍କା ଓ ଏକ ମଟର ସାଇକେଲ ଯୌତୁକ ଆଣିବା ପାଇଁ କହିଥିଲେ | ଏ କଥାରେ ମୋହିନୀଙ୍କ ପରିବାର ରାଜି ନ ହେବାରୁ ମୋହିନୀ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ | ତାଙ୍କୁ ମାଡ ମାରି ବାପା ଘରେ ତାଙ୍କୁ ଛାଡି ଦେଇଥିଲେ | ଏ ଘଟଣା ପରେ ମୋହିନୀଙ୍କ ଘର ତରଫରୁ ସମାଜ ବୈଠକ ଡକାଯାଇ ସର୍ବ ସମ୍ମୁଖରେ ଏ ପ୍ରସଙ୍ଗ ସମାଜକୁ ଜଣାଇବା ପରେ ପୁଅ ଘର ଲୋକେ ମୋହିନୀଙ୍କୁ ସଭା ମଧ୍ୟରେ ପୁଣି ଠାରେ ଘରକୁ ନେଇଯାଇ ବିନା ଯୌତୁକ ମାଗି ଭଲରେ ରଖିବେ ବୋଲି ଶପଥ ପାଠ କରିଥିଲେ କିନ୍ତୁ ହୋଇଥିଲା ତା ଉଲଟା | ଘରକୁ ଫେରାଇ ନେବା ପରେ ମୋହିନୀଙ୍କୁ ଆହୁରି ନିର୍ଯ୍ୟାତନା ଦିଆଯାଇଥିଲା | ମୋହିନୀ ଗର୍ଭବତୀ ଥିବା ଜାଣି ମଧ୍ୟ ଟଙ୍କା ବାପା ଘରେ ଛାଡିଦେଇଚାଲିଯାଇଥିଲେ |

କିଛି ଦିନ ପରେ ମୋହିନୀ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ | କିନ୍ତୁ ଦୁର୍ଭାଗ୍ୟ ବଶତଃ ପିଲାଟି ଚାରିଦିନ ପରେ ମୃତ୍ୟୁ ହୋଇଯାଇଥିଲା | ଏତେ ସବୁ ଘଟଣା ହେଲା ପରେ ମଧ୍ୟ ପୁଅ ଘର ତରଫରୁ ନ ଆର୍ଥିକ ସହାୟତା କରାଯାଇଥିଲା ନ କେଇ ଆସି ତାର ଅବସ୍ଥା ବୁଝିଥିଲେ | ମୋହିନୀର ବାପା ବାସୁ ପାଣ୍ଡେ ହେଉଛନ୍ତି ଜଣେ ନିରୀହ ଜମିହୀନ ଗରିବ ଶ୍ରେଣୀର ଦିନ ମଜୁରିଆ ଅଟନ୍ତି | ଟଙ୍କା ନା ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିଲେ ମଧ୍ୟ ନିଜସ୍ୱ ଜମି ନ ଥିବାରୁ ସେ ଘର ମଧ୍ୟ କରିପାରିନାହାନ୍ତି | ଏପରି ସ୍ଥଳେ ସେ କୌଣସି ପ୍ରକାଶ କେଶ ଲଢ଼ିବା ଟଙ୍କା ପକ୍ଷେ ସମ୍ଭବ ପର ନୁହେଁ ତେଣୁ ସେ ଟଙ୍କା ଝିଅ ପାଇଁ ଉପଯୁକ୍ତ ନ୍ୟାୟ ଦାବି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: