ଗୁଣୁପୁରରେ ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଭିଡ଼

ରିପୋର୍ଟ: ପ୍ରଦୀପ ପାତ୍ର
ଗୁଣୁପୁର(୨୨/୦୭): ଶ୍ରାବଣ ମାସର ପ୍ରଥମ ସୋମବାର ଯୋଗୁଁ ଗୁଣୁପୁରର ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆଙ୍କର ଭିଡ଼ ଜମିଥିଲା ।

କାଉଡ଼ିଆ ମାନେ ଭୋର ଭୋରରୁ ଉଠି ବଂଶଧାରା ନଦୀରେ ସ୍ନାନ କରି ପ୍ରଥମେ ଗଙ୍ଗା ଆବାହନ ପରେ ଗଣେଶପୂଜା କରିଥିଲେ | ପରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବା ପରେ ନଦୀରୁ ଜଳ ଧରି ବାହାରିଥିଲେ । ରାସ୍ତାରେ କାଉଡ଼ିଆମାନେ ଶିବଙ୍କ ବିଭିନ୍ନ ନାମ ନାରାରେ ସହର କମ୍ପି ଉଠିଥିଲା ।

Comments are closed.