Thursday, March 28, 2024

Top 5 This Week

Related Posts

ମନ୍ଦିର ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳିଦେଲା ଦନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୩/୦୮) : ମନ୍ଦିର ପୂଜକଙ୍କୁ ଗୋଡ଼ାଇ ମାରିଦେଲା ଦନ୍ତା । ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ସାପ ଲହରା ଅଞ୍ଚଳରେ ।

ମନ୍ଦିର ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳିଦେଲା ଦନ୍ତା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପ ଲହରା ଶିବ ମନ୍ଦିର ର ପୂଜକ ମୁରଲୀଧର ପୂଜାରୀ । ଗତକାଲି ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ । ଏହି ସମୟରେ ସାପ ଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ । ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା । ଶେଷରେ ସେ ତଳେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ଦଳି ଦେଇଥିଲା ।

ଘଟଣାସ୍ଥଳରେ ମୁରଲୀଧରଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତଦେହ ନିକଟରେ ଶଙ୍ଖ ଓ ଘଣ୍ଟ ପଡ଼ିଛି । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ବନ ବିଭାଗ ମଧ୍ୟ ପହଞ୍ଚିଛି ।

Popular Articles