Related Contents

ଅଙ୍ଗନବାଡି କେନ୍ଦ୍ରରେ ଅନିୟମତା ଅଭିଯୋଗ

ରିପୋର୍ଟ: କୈଲାସ ମାଳବିଶୋୟୀ
ଚନ୍ଦ୍ରପୁର(୨୨/୭): ଚନ୍ଦ୍ରପୁର ଅଙ୍ଗନବାଡ଼ି କେଦ୍ରରେ ମିଳୁନି ଗର୍ଭବତୀ ମହିଳା ଓ ପିଲାମାନଙ୍କୁ ଛତୁଆ ଚ଼ୁନା, ଅଣ୍ଡା | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ପଂଚାୟତ ମାଝୀଗୁଡା ଗ୍ରାମରେ |

ଅଙ୍ଗନବାଡି କର୍ମୀ ଶ୍ରୀମହାଲଖ୍ମୀ ପାଡି ଅଙ୍ଗନବାଡି କେଦ୍ରକୁ ନ ଯାଇ ପାଚ଼ିକା ଶ୍ରୀମତୀ ପେତେଲି କେରିଗୁଡାକାଙ୍କୁ ୨/୩ମାସକୁ ଥରେ ଅଣ୍ଡା, ଛତୁଆଚ଼ୁନା ଅଳ୍ପ କେତେ ଦେଇ ବାଣ୍ଟି ଦେବା ପାଇଁ କହିଦିଅନ୍ତି | ପାଚ଼ିକା ମହାସୟା ଗ୍ରାମକୁ ନେଇ ଗର୍ଭବତୀ, ପ୍ରସ୍ତୁତି ମହିଳା ମାନଙ୍କୁ ବାଣ୍ଟିଦେବା ସମୟରେ ୨/୩ମାସକୁ ଥରେ ଅଣ୍ଡା ଦୁଇଟି ଓ ଛତୁଆଚୁନା ଗୋଟିଏ ପକେଟ ଦେଇଥାନ୍ତି | ଖବର ପାଇ ଗଣମାଧ୍ୟ୍ୟମ ପ୍ରତିନିଧି ଯାଇ ମାଝୀଗୁଡା ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମହାଲକ୍ଷ୍ମୀ ପାଡିଙ୍କୁ ପଚାରି ବୁଝିଥିଲେ | ମହାସୟା ଜଣକ କହିଥିଲେ ହଁ ମୁ ସେହି ପ୍ରକାରେ ହି ଦେଉଛି ବୋଲି ମତ ପ୍ରକାଶ କରିଥିଲେ |

ଏବଂ କହିଥିଲେ ଯେ ଖାଦ୍ୟ ଏବଂ ଅଣ୍ଡା ମାସକୁ ମାସ ଠିକ ଭାବରେ ମିଳୁ ନାହି | ତେଣୁ ମୁ ଠିକ ଭାବରେ ଦେଉ ନାହିଁ | ଏବଂ କହିଥିଲେ ଯେ ଗର୍ଭବତୀ, ପ୍ରସୁତି ମହିଳାମାନଙ୍କୁ ସପ୍ତାହକୁ କେତୋଟି ଅଣ୍ଡା ଦେବା କଥା ମୁ ଜାଣି ନାହି | ଯଦି କର୍ମୀ ମହାସୟା ଜଣକ ଜାଣି ନାହାନ୍ତି ତେବେ ଯାଣିବ କିଏ ବୋଲି ମାଝୀଗୁଡା ଗ୍ରାମର ମହିଳିମାନେ ଅଭିଯୋଗ କରିଛନ୍ତି | ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇ ମତପ୍ରକାଶ ପାଇଛି |

Comments are closed.