ଶ୍ରୀ ହରଗୋୖରୀ ଦୃଷ୍ଟି ହୀନ ଭଜନ ସମାହାର, ବୈପାରୀଗୁଡା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୨/୦୭): ବୈପାରୀଗୁଡା ଲଷ୍ମଣ ନାୟକ ଚାରି ଛକ ଠାରେ ଅପରାହ୍ନ ୭ଟା ବେଳେ କୋରାପୁଟରୁ ଆସିଥିବା ଶ୍ରୀ ହରଗୋୖରୀ ଦୃଷ୍ଟି ହୀନ କଳାକାର ମାନଙ୍କୁ ନେଇ ଏକ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ କଣ୍ଠଶିଳ୍ପ ଓ ବାଦ୍ୟଯନ୍ତ୍ରରେ ଥିବା ସମସ୍ତ କଳାକାର ଦୃଷ୍ଟି ହୀନ ତଥା ଦିବ୍ୟାଙ୍ଗ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଳା ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେଉଥିବା ସାଧାରଣରେ ଆଲୋଚନା ହେଉଛି | ଏହି କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକଙ୍କ ମଧ୍ୟରୁ କିଛି ଦର୍ଶକ ଦୃଷ୍ଟି ହୀନ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିବା ଦେଖିବାକୁ ମିଳିଛି | ଏହି ଅର୍ଥରେ ଦୃଷ୍ଟି ହୀନ ମାନଙ୍କୁ ସାହାଯ୍ୟ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରିଛନ୍ତି |

Comments are closed.