Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ଗଭର୍ଣ୍ଣି ବଡି ବୈଠକ ଅନୁଷ୍ଠିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨/୮) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୫.୦୦ ଘ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ଗଭର୍ଣ୍ଣି ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 02 at 7.41.19 PM ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ଗଭର୍ଣ୍ଣି ବଡି ବୈଠକ ଅନୁଷ୍ଠିତ

ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଉପାଧ୍ୟକ୍ଷ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାର ପ୍ରକାଶ, ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ସି.ଡ଼ି.ଏମ.ଓ. ଡ. ରଞ୍ଜନ ମିତ୍ର ଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଡି.ପି.ଏମ. , ଏନ୍ ଏଚ ଏମ ଶ୍ରୀ ଅବନୀ ମହାପାତ୍ର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ର ରୋଗୀ ସେବା, ଟୀକାକରଣ, ଆମ୍ବୁଲାନ୍ସ ସୁବିଧା, ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ବିକାଶ, କାୟକଳ୍ପ ପୁରସ୍କାର, ସ୍ୱାସ୍ଥ୍ୟ ଶିବିର, ଡି.ଏଚ.ଏଚ. , ସି.ଏଚ.ସି. , ପି.ଏଚ.ସି., ସବ୍ ସେଣ୍ଟର, ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ ନିମନ୍ତେ କାର୍ଯ୍ୟକ୍ରମ, ଡେଙ୍ଗୁ ପାଇଁ ପଦକ୍ଷେପ, ଏନ୍ ଟି ଇ ପି, କୋଭିଡ ବୁଷ୍ଟର ଡୋଜ, କୋଭିଡ ଟେଷ୍ଟ, ବାଇକ୍ ଆମ୍ବୁଲାନ୍ସ ଇତ୍ୟାଦି ଉପରେ ସବିଶେଷ ବିବରଣୀ ସ୍ଲାଇଡ ମାଧ୍ୟମରେ ଗୃହରେ ପରିବେଷଣ କରିଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯାଇଛି ଏବଂ ସେଥିପାଇଁ ଆଜି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଏକ ସ୍ୱଚ୍ଛ ଓ ଉଚିତ୍ ପରିବେଶ ମିଳିଛି ଏବଂ ସଦର ଡ଼ାକ୍ତରଖାନାରେ ଚାପ କମୁଚି ।

କଳାହାଣ୍ଡି ଜିଲ୍ଲା କାୟାକଳ୍ପ ପୁରସ୍କାର ହାସଲ କରିଛି ଓ ଆଗକୁ ଆହୁରି ଉନ୍ନତ ସେବା ଓ ସୁବିଧା ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫ୍ ଓ ସଂପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ସ୍ୱାସ୍ଥ୍ୟ ସେବା ଏକ ଜରୁରୀ କାର୍ଯ, ଏଥିରେ ସଂପୃକ୍ତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ନିଜ ନିଜ ଦାୟିତ୍ଵ କୁ ନିର୍ବାହ କରନ୍ତୁ ଏବଂ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ, ରକ୍ତହୀନତା ଦୂରୀକରଣ, ଯକ୍ଷ୍ମା ଓ ମ୍ୟାଲେରିଆ ରୋଗ ର ନିରାକରଣ, ଶିଶୁ ମୃତ୍ୟୁହାର ତଥା ବର୍ତ୍ତମାନ ସମ୍ଭାବ୍ୟ ଝାଡାବାନ୍ତି ହଇଜା ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି.ପି.ଏଚ.ଓ. ଡ. ରାକେଶ ସାହୁ, ଡି.ଏମ.ଓ. ଡ. ମନୋ ମାଝି, ଡି ଆଇ ପି ଆର୍ ଓ ମନୋଜ ବେହେରା, ପ୍ରକାଶ ସେନାପତି, ସନ୍ତୋଷ କୁମାର ବାଗ ଙ୍କ ସହ ସ୍ଵାସ୍ଥ୍ୟ ବିଭାଗ ର ଟେକ୍ନିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Popular Articles