Related Contents

ଦିନ ଦ୍ବିପହରରେ ମାଓବାଦୀଙ୍କ ଗୁଳିରେ ଠିକାଦାରଙ୍କ ମୃତ୍ୟୁ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୨୧/୦୭): ରାୟଗଡା ଓ କଳାହାଣ୍ଡି ଜ଼ିଲ୍ଲାର ସୀମାନ୍ତର ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ ପଦର ଗ୍ରାମପଞ୍ଚାୟତର ମଳିପଡ଼ାର ଏକ ସାପ୍ତାହିକ ହାଟପଦାରେ ହାଟ ଚାଲୁଥିବା ସମୟରେ ମାଓବାଦୀଙ୍କ ଗୁଳିରେ ଟଳି ପଡିଲେ ବୋରପୋଦର ଗାଁର ଠିକାଦାର ରାଜେନ୍ଦ୍ର ସାହୁ |

ଗତ ୨୦୧୮ମସିହାରେ ମାଓବାଦୀ ହତ୍ୟା ଧମକ ଦେଇଥିଲେ | ପରେ ମୃତ ରାଜେନ୍ଦ୍ର ବୋରପଦର ଗ୍ରାମ ଛାଡି ଭବାନୀପାଟଣା ସହରକୁ ଚାଲିଯାଇଥିଲେ ଓ ସେହିଠାରେ ରହୁଥିଲେ | ଉଲେଖ ଯୋଗ୍ୟ ଯେ ୨୦୧୮ରେ ରାତ୍ରି ସମୟରେ ପ୍ରାୟ ୩୦ରୁ ୪୦ମାଓବାଦୀ ପୁରାପୁରି ଅସ୍ତ୍ର ଶସ୍ତ୍ର ଧରି ରାଜେନ୍ଦ୍ରଙ୍କୁ ମାରିବା ପାଇଁ ବୋରପଦର ଗାଁରେ ପଶିଥିଲେ | ଖବର ଜାଣି ନିଜ ଜୀବନ ବଞ୍ଚାଇବା ପାଇଁ କୌଶଳ କ୍ରମେ ଖସି ଚାଲିଯାଇ ଭବାନୀପାଟଣାରେ ରହୁଥିଲେ | କିନ୍ତୁ ରାଜେନ୍ଦ୍ରକୁ ନ ପାଇ ସେହି ରାତ୍ରରେ ରାଜେନ୍ଦ୍ରର ଗୋଟିଏ ଜେସିବି, ମଟର ସାଇକେଲ ପୋଡି ଦେଇଥିଲେ | ଭାଗ୍ୟର ବିଡମ୍ବନା ରଖେ ହରି ମାରେ କିଏ ମାରେ ହରି ରଖେ କିଏ | ଏହିପରି ଘଟଣା ଘଟିଛି ରାଜେନ୍ଦ୍ରଙ୍କ କ୍ଷେତ୍ରରେ |

ମୃତ ରାଜେନ୍ଦ୍ର ନିଜର ଘର ନିର୍ମାଣ ନିମନ୍ତେ କିଛି ଦିନ ତଳେ ବୋରପଦର ଆସି ଘର କାମ କରୁଥିଲେ | ମାଓବାଦୀ ଏହି ମୌକାକୁ ଚାହିଁ ରହିଥିଲେ | ଆଜି ରାଜେନ୍ଦ୍ର ମଳିପଡ଼ା ସାପ୍ତାହିକ ହାଟକୁ ପରିବା କିଣିବା ପାଇ ଆସିଥିଲେ | ପରିବା କିଣି ନିଜ ମଟର ସାଇକେଲ ଡ଼ିକିରେ ରଖୁଥିବା ସମୟରେ ମଧ୍ୟାହ୍ନରେ ଦୁଇ ଜଣ ସାଧା ପୋଷାକରେ ଆସି ରାଜେନ୍ଦ୍ରଙ୍କ ଉପରେ ଗୁଳି ବର୍ଶଣ କରି ଏକ ହାତ ଲେଖା ଚିଠି ଘଟଣା ସ୍ଥଳରେ ଛାଡି ଚାଲି ଯାଇଥିଲେ | ହଠାତ ଗୁଳି ଶବ୍ଦ ଶୁଣି ହାଟର ଲୋକ ମାନେ ଭୟଭୀତ ହୋଇଯାଇଥିଲେ |

ଘଟଣା ଘଟିବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ କିନ୍ତୁ ପୋଲିସ ଘଟଣା ସ୍ଥଳକୁ ଆସିବାରେ ବିଳମ୍ବ ହେବାରୁ ଗ୍ରାମବାସି ମୃତ ଶରୀରକୁ ଏକ ଖଟିଆ ସାହାଯ୍ୟରେ ବୋରପଦରଗାଁକୁ ନେଇଥିଲେ | ବିଜେପୁର ଠାରେ ସିଆରପିଏଫ ୪ର୍ଥ ବାଟାଲିୟନର ଏକ କ୍ୟାମ୍ପ ମଧ୍ୟ୍ୟ ଅବସ୍ତିତ | ଏହି ଘଟଣା ପରେ ଅଂଚଳକୁ ସିଲ କରି କୁମିଙ୍ଗ ଜୋରଦାର କରାଯାଉଛି ବୋଲି କଳାହାଣ୍ଡି ପୋଲିସ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ବି ଗଙ୍ଗାଧରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ସମୟରେ ଓଡିଶା ନ୍ୟୁଜ୨୪ ରାୟଗଡା ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କଙ୍କୁ କହିଛନ୍ତି |

Comments are closed.