ଜିତିବା ମ୍ୟାଚ୍‌କୁ ଡ୍ର ରେ ଶେଷ କଲା ଭାରତୀୟ ହକି ଦଳ

0
142
ଜିତିବା ମ୍ୟାଚ୍‌କୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବର୍ମିଂହାମ/ନୂଆଦିଲ୍ଲୀ, (୦୨/୦୮) : ରାଜ୍ୟଗୋଷ୍ଠୀ କ୍ରୀଡ଼ା ର ହକିରେ ସମସ୍ତଙ୍କୁ ନିରାଶ କରିଛି ଭାରତୀୟ ଟିମ । ଜିତିବା ମ୍ୟାଚ୍‌କୁ ମନପ୍ରୀତ ସିଂହଙ୍କ ଭାରତ ଡ୍ର ରେ ଶେଷ କରିବାକୁ ବାଧ୍ୟ ହୋଇଛି । ୪ର୍ଥ କ୍ୱାଟର ଯାଏ ୪-୧  ରେ ଆଗରେ ଥିବା ଭାରତୀୟ ଟିମ ଶେଷ ସମୟରେ ୩ ଟି ଗୋଲ ଖାଇଛି । ଏଥିସହ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି ।

ଜିତିବା ମ୍ୟାଚ୍‌କୁ ଡ୍ର ରେ ଶେଷ କଲା ଭାରତୀୟ ହକି ଦଳ । ମ୍ୟାଚ ଶେଷ ଭାଗରେ ଭାରତର ଏକାଧିକ ଖେଳାଳି ବାରମ୍ବାର ତ୍ରୁଟି କରିବା ଟିମ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି । ଏପରି କି ଭାରତ ୟେଲୋ କାର୍ଡ ଯୋଗୁ ୯ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳିଥିଲା । ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଥିଲା । ଆଜିର ମ୍ୟାଚ୍‌ରେ ଭାରତ ଦମଦାର ଆରମ୍ଭ କରିଥିଲା । ମ୍ୟାଚ ର ତୃତୀୟ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ସ୍କୋର କରି ଭାରତକୁ ୧-୦ ରେ ଆଗୁଆ କରି ଦେଇଥିଲେ । ଏହାପରେ ମନଦୀପ ସିଂହ ଓ ପରେ ଆକାଶଦୀପ ସିଂହ ଗୋଲ କରି ସ୍ଥିତିକୁ ୩-୦ କରି ଦେଇଥିଲେ । ତେବେ ଇଂଲଣ୍ଡ ତୃତୀୟ କ୍ୱାର୍ଟର ର ଶେଷ ଭାଗରେ ଗୋଟିଏ ଗୋଲ ସ୍କୋର କରିଥିଲା ।

ଏହି କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ ରେ ଆଗୁଆ ରହିଥିଲା । ୪ର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା । ହେଲେ ଇଂଲଣ୍ଡ ଦୁଇ ମିନିଟ ମଧ୍ୟରେ ୨ ଟି ଗୋଲ ଦେଇ ଭାରତର ଚିନ୍ତା ବଢ଼ାଇ ଦେଇଥିଲା । ସ୍ଥିତି ୪-୩ ଥିବା ବେଳେ ଇଂଲଣ୍ଡ ଆଉ ଏକ ଗୋଲ ସ୍କୋର କରିଥିଲା । ମ୍ୟାଚ୍‌କୁ ଇଂଲଣ୍ଡ ୪-୪ କରିବା ପରେ ଭାରତ କାଉଣ୍ଟର ଆଟାକ କରିଥିଲା । ହେଲେ ଇଂଲଣ୍ଡର ରକ୍ଷାକବଚକୁ ଭେଦ କରିବା ସମ୍ଭବ ହୋଇ ପାରି ନଥିଲା । ଶେଷରେ ମ୍ୟାଚ୍‌ ୪-୪ ରେ ଡ୍ର ରହିଥିଲା ।