ଚାଷୀଙ୍କ କାମରେ ଆସୁନି ଶୀତଳଭଣ୍ଡାର କି ପରିବା ଗାଡି, ଚାଷୀ ଆଶା ଧୂଳିସାତ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୨୧/୦୭): କନ୍ଧମାଳ ଜିଲ୍ଲାରେ କୃଷକ ଙ୍କ ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଥିଲେ ମଧ୍ୟ ତାହା ମଧ୍ୟରୁ ସଠିକ କାମରେ ଲାଗୁନାହିଁ | ଏପରି ଏକ ଉଦାହରଣ ହେଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ବୀନ୍ସ, କୋବି, ଟମାଟୋ ଭଳି ବହୁ ପରିବା ଚାଷ ହେଉଥିଲେ ମଧ୍ୟ ଏଠି ପରିବା ଗାଡି କି ଶୀତଳଭଣ୍ଡାର କିଛି କାମରେ ଆସୁନାହିଁ |

ଏପରି ଚାଷ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଇକିଆ ଠାରେ ୧୫ଟନ କ୍ଷମତା ବିଶିଷ୍ଟ ଏକ କ୍ଷୁଦ୍ର ଶୀତଳ ଭଣ୍ଡାର ପାଇଁ ୨୦୧୧-୧୨ରେ ଆଇଟିଡିଏ ତରଫରୁ ଟିଡ଼ିସିସି ପଡିଆ ଠାରେ କାର୍ଯ୍ୟ ଆରମ୍ଭ ହୋଇଥିଲା | ଏବଂ ଏହା ୨୦୧୩ ରେ ସମ୍ପୂର୍ଣ୍ଣ ହୋଇଥିଲା | ପରେ ତତ୍କାଳୀନ କନ୍ଧମାଳ ସାଂସଦଙ୍କ ଦ୍ୱାରା ଉଦଘାଟନ ହୋଇଥିଲା | ଏଥିରେ ଚାଷୀମାନେ ଯେପରି ସିଧାସଳଖ କ୍ଷେତରୁ ଉତ୍ପାଦିତ ଫସଲ ଶୀତଳ ଭଣ୍ଡାର କେନ୍ଦ୍ରକୁ ଆଣି ସାଇତି ରଖିବା ଦ୍ୱାରା ସ୍ଥାନୀୟ ଅଂଚଳର ଚାଷୀ ବେଶ ଉପକୃତ ହେବେ ବୋଲି ଆଶା ରଖା ଯାଇଥିଲା | ହେଲେ ଚାଷୀଙ୍କ ଆଶା ଆଜି ପର୍ଯ୍ୟନ୍ତ ଆଶାରେ ହିଁ ରହିଯାଇଥିବ କୁହାଯାଉଛି | ଶୀତଳଭଣ୍ଡାର ରେ ତାଲା ପଡ଼ିଛି | ପରିବା ନେବା ଆଣିବା ପାଇଁ ଆସିଥିବା ଗାଡିଟି ଯେଉଁ ଜାଗାରେ ପଡ଼ିରହିଛି ସେଇ ଜାଗାରେ ଆଜି ପର୍ଯ୍ୟନ୍ତ ପଡିରହିଥିବାରୁ ତାର ଚାରିପଟରେ ଗଛ ଉଠିଗଲାଣି | ଶୀତଳଭଣ୍ଡାର ପାଖରେ ହୋଇଥିବା ଗୃହ ଗ୍ୟାରେଜ ଟି ଭଡା ବାବଦରେ ବ୍ୟବହାର ହେଉଛି |

Comments are closed.