Related Contents

ଦୋପଦୀ ସାହୁଙ୍କ ପାଇଁ ରାସ୍ତା ହେଲା ବାଧକ, ଖଟରେ ବୁହା ହୋଇ ଆମ୍ବୁଲାନ୍ସରେ ଆସିଲେ କର୍ଲାମୁଣ୍ଡା ଡାକ୍ତରଖାନା

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା (୨୧/୦୭): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦୟନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଦେଓଗାଁ ଠାରେ । ଗତ ଦୁଇ ଦିନ ହେଲା ଦେଓଗାଁର କଲୋନୀ ପଡ଼ାରେ ଜ୍ଵର ଓ ଝାଡାବାନ୍ତିରେ ପିଡିତ ପଡ଼ିଥିଲେ ମାଧବଙ୍କ ସ୍ତ୍ରୀ ଦୋପଦୀ ସାହୁ |

ଆଜି ଅଧିକରୁ ଅଧିକ ହେବା ଫଳରେ ସେ ଆମ୍ବୁଲାନ୍ସ ୧୦୮କୁ ଫୋନ କରିବାପରେ ଆମ୍ବୁଲାନ୍ସ ଆସି ପହଁଚିଲା କିନ୍ତୁ ଯାଇ ପାରିଲା ନାହିଁ । କାରଣ ଦିର୍ଘ କେତେବର୍ଷରୁ ପଞ୍ଚାୟତ ଅଧିନରେ ଥିବା ବେଳେ ରାସ୍ତା କାମ ହୋଇ ପାରୁନାହିଁ ବୋଲି ଆଜି ଖଟରେ ବୁହା ହେଲେ ଦୋପଦୀ । ଏପରି ପରିସ୍ଥିତିରେ ପଞ୍ଚାୟତ ଅଧିନରେ ଥିବା ଶିଘ୍ର କଲୋନୀ ପଡ଼ାର କାମ ନ କରାଯାଏ ଆଗାମୀ ଦିନରେ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.