ବ୍ଲକ ସ୍ତରୀୟ ବିଜ୍ଞାନ ଶିକ୍ଷକ ସମ୍ମିଳନୀ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୨୦/୦୭): ସ୍ଥାନୀୟ ପଂଚାୟତ ହାଇସ୍କୁଲ ମୁରୀବାହଲ ଠାରେ ପ୍ରଧାନ ଶିକ୍ଷକ ପୀତବାସ ସାହୁଙ୍କ ସଭାପତିତ୍ୱରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକଃ ନୀଳମଣି ପଟେଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁରୀବାହଲର ଜଗନ୍ନାଥ ଧାରୁଆ, ବଂଗୋମୁଂଡା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ମେହେର, ବିଜ୍ଞାନ ସଂଯୋଜକ ବଂଗୋମୁଂଡା ବ୍ଲକର ଗଣପତି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ | ମୁରୀବାହଲ ବିଜ୍ଞାନ ଶିକ୍ଷକ ରାଜକୁମାର ଭୋଇ ସ୍ୱାଗତ ଭାଷଣ ଦେଇଥିଲେ ଓ ସର୍ବସମ୍ମତି କ୍ରମେ ଷ୍ଟିଫେନ ନାଗଙ୍କୁ ମୁରୀବାହଲ ବ୍ଲକ ସଂଯୋଜକ ରୂପେ ମନୋନୀତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଖୋଜ ସଂସ୍ଥା ଦ୍ୱାରା ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ତଥା ଅନ୍ଧ ବିଶ୍ୱାସ ଦୂରୀକରଣ ନିମନ୍ତେ ଅନେକ ଗୁଡିଏ ଯାଦୁ ପ୍ରଦର୍ଶନ କରାଗଲା |

ଯାହାଫଳରେ ବିଜ୍ଞାନ ର ବିଭିନ୍ନ ତଥ୍ୟ ରହିଛି ତାର ପ୍ରମାଣ କରାଗଲା | ଯଥା ନଡ଼ିଆ ମଧ୍ୟରୁ ଫୁଲ ବାହାର କରିବା, ନଡ଼ିଆ ମଧ୍ୟରୁ ଲାଲ ପାଣି ବାହାରିବା, ବିନା ବତୀ ଓ କିରୋସିନି ଦ୍ୱାରା ଲଣ୍ଠନ ଜାଳିବା, ଭୂଗର୍ଭର ପାଣି ଚିହ୍ନଟ କରିବା, ଜିଭରେ ଆଳତି ଦେବା, ବିନା ନଡ଼ିଆରେ ହୋମ କରିବା, ଦଉଡ଼ିକୁ ବାଡ଼ି କରିବା ଇତ୍ୟାଦି | ଆସିଥିବା ଖୋଜ ଟିମର ସଦସ୍ୟ ଅମ୍ବାପାଲି ବିଜ୍ଞାନ ଶିକ୍ଷକ ଅନିଲ ନନ୍ଦ, ଲୋଇସିଂହା ହିନ୍ଦୀ ଶିକ୍ଷକ ଅଶ୍ୱିନୀ ଷଡ଼ଙ୍ଗୀ, ବଉରଦା ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଡୁଙ୍ଗୁରିପାଲି ସହକାରୀ ଶିକ୍ଷକ ବିଶ୍ୱଜିତ ପଧାନ, ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଭକ୍ତ ଚରଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ବିଜ୍ଞାନ ଶିକ୍ଷକ ଅଶୋକ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.