Friday, March 29, 2024

Top 5 This Week

Related Posts

ସମ୍ପର୍କରେ ଆସିଲା ତିକ୍ତତା : ପ୍ରେମିକାକୁ ଚିଠି ଲେଖି ଆତ୍ମହତ୍ୟା କଲା ପ୍ରେମିକ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୮) : ଦୁହେଁ ଦୁହିଁଙ୍କୁ ୭ ବର୍ଷ ହେଲା ଭଲ ପାଉଥିଲେ । ଏକାଠି ବୁଲୁଥିଲେ, ଏକାଠି ଖାଉଥିଲେ । ସୁନାର ସଂସାର ଗଢ଼ିବାକୁ ସ୍ୱପ୍ନ ମଧ୍ୟ ଦେଖୁଥିଲେ । ସମ୍ପର୍କରେ ଆସିଲା ତିକ୍ତତା ।

ହେଲେ ଏହି ସମ୍ପର୍କ ଉପରେ କାହାର ଯେପରି ନଜର ଲାଗିଗଲା । ହଠାତ୍ ସେମାନଙ୍କ ସମ୍ପର୍କରେ ଆସିଲା ତିକ୍ତତା । ଶେଷରେ ପ୍ରେମିକାକୁ ଏକ ଚିଠି ଲେଖି ଆତ୍ମହତ୍ୟା କଲେ ପ୍ରେମିକ । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱର ର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରୁ ଜଣ ଯୁବକଙ୍କୁ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ନାଁ ଶକ୍ତିପ୍ରସାଦ ଶତପଥୀ । ତାଙ୍କୁ ୨୮ ବର୍ଷ ହୋଇଥିଲା ।

ଶକ୍ତିଙ୍କ ମୃତଦେହ ନିକଟରୁ ପୁଲିସ ଏକ ଚିଠି ଜବତ କରିଛି । ସେ ପ୍ରେମ କରୁଥିବା ଯୁବତୀ ଜଣଙ୍କ ପାଖକୁ ଏହି ଚିଠି ଲେଖିଥିବା ଅନୁମାନ କରାଯାଉଛି । ତେବେ ଚିଠି ପଛର ରହସ୍ୟ କ’ଣ ? ସମ୍ପୃକ୍ତ ଯୁବତୀ କିଏ ? ଆତ୍ମହତ୍ୟା ସହ ଚିଠି ର ସମ୍ପର୍କ କ’ଣ ? ସେ ନେଇ ପୁଲିସ ଖୋଳତାଡ଼ କରୁଛି ପୁଲିସ । ଏହାସହ ଏକ ଅପମୃତ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି ପୁଲିସ ।

ଅନ୍ୟପକ୍ଷରେ ଶକ୍ତିଙ୍କ ବନ୍ଧୁ କହିଛନ୍ତି, ସିଆରପି ଛକରେ ଛକରେ ଶକ୍ତି ର ଅଫିସ ରହିଛି । ତାର ୫ ରୁ ୭ ଗାଡ଼ି ରହିଛି । ସେ ବେପାର କରେ । ସେ ଏକ ଝିଅ କୁ ୭ ବର୍ଷ ହେଲା ଭଲ ପାଉଥିଲା । ସେ ଝିଅକୁ ନେଇ ସବୁଆଡ଼େ ବୁଲାବୁଲି କରେ । ସେ ଝିଅଙ୍କ ସହ ବିଶୃଙ୍ଖଳା ହେବାରୁ ଆତ୍ମହତ୍ୟା କରିଛି ।

Popular Articles