ଜାଲ ଶିକ୍ଷକଙ୍କ ତ୍ରାହି ନାହିଁ, ଯାଞ୍ଚ ହେବ ଜୁଲାଇ ୨୨ କର୍ଲାମୁଣ୍ଡାରେ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି(୨୧/୦୭): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଜାଲ ପ୍ରମାଣପତ୍ର ବଳରେ ଚାକିରି କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଏଥର ଆଉ ତ୍ରାହି ନାହିଁ ।

ଆସନ୍ତା ୨୨ତାରିଖରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯିବ ଓ ୩୦ରେ କାର୍ଯ୍ୟନୁଷ୍ଠାନ ନିଆଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଏବେ ଛାତି ସ୍ପନ୍ଦନ କମ୍ଫିଉଠୁଛି । ଏମିତି କେତେ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନେତା , ମନ୍ତ୍ରୀ ମଧ୍ୟ ପାଖକୁ ଯାଇ ବୈତରଣୀ ପାର ହେବା ପାଇଁ ଚେଷ୍ଟାରେ ଲାଗି ପଡ଼ିଛନ୍ତି । ଫଳରେ ସମାଜରେ ଜଣେ ଶିକ୍ଷକ ମାନ୍ୟତା ପାଇ ସାରିଥିବା ବେଳେ ବର୍ତମାନ ଜାଲ ପ୍ରମାଣପତ୍ର ଧାରି କିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆତଙ୍କିତ ହୋଇ ପଡିଛନ୍ତି।

Comments are closed.