Friday, March 29, 2024

Top 5 This Week

Related Posts

କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୮) : ପଶ୍ଚିମ ଓଡ଼ିଶା ବାସୀଙ୍କ ବ୍ୟବହାରିକ କୋଶଲି ଭାଷା ହେଉଛି ପୃଥିବୀର ଶ୍ରେଷ୍ଠ ଭାଷା ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଆଜି କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ସ୍ପଷ୍ଟ ମତ ଦେଇଥିଲେ l

ପୌରାଣିକ, ଐତିହାସିକ ତଥା ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିରୁ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓ ଭାରତ ର ମାନ୍ୟବର ରାଷ୍ଟ୍ରପତି ଏହି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ଏହାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ବାଧ୍ୟ ବୋଲି ବକ୍ତା ମାନେ ଯୁକ୍ତି ବାଢିଥିଲେ l ଅପରପକ୍ଷରେ ଏହି ଭାଷା ର ଉତ୍କର୍ଷ ସକାଶେ ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଙ୍କୁ ପଦ୍ମ ସମ୍ମାନ ପ୍ରଦାନ ଉପରୋକ୍ତ ଯୁକ୍ତିକୁ ଦୃଢ଼ୀଭୂତ କରୁଛି ବୋଲି କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ସେମାନେ କହିଥିଲେ l

ଏହି ଉପଲକ୍ଷେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଏକ ସାଧାରଣ ସଭା ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ପ୍ରଫେସର ଡା. ସନ୍ତୋଷ ପାଢ଼ୀ, ପ୍ରଫେସର ଡା. ଜ୍ୟୋତିରଞ୍ଜନ ବହିଦାର, ପ୍ରଫେସର ଶମ୍ଭୁଭୂଷଣ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଏବଂ ପ୍ରଫେସର ମୀନା ମହାରଣା, କବି ଆର୍ତ୍ତତ୍ରାଣ ବାବୁ, ପୁଷ୍ପା ମେହେର, ଦିଲ୍ଲୀପ କୁମାର ରଥ, ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ସତ୍ୟନାରାୟଣ ବହିଦାର ଙ୍କ ନାତୁଣୀ ସୁଶ୍ରୀ ଗୀତା ବହିଦାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ କଳ୍ପନା ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

Popular Articles