ନିଶା ଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ

0
133
ନିଶା ଦ୍ରବ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୮) : ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟ ର ବ୍ୟବହାରରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ନିଶା ଦ୍ରବ୍ୟ ର ବ୍ୟବହାର କୁ ନିୟନ୍ତ୍ରଣ କରିବା ସହ ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର ବୈଠକ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l

ସହକାରୀ ପରିଚାଳକ ଅଣ ସଂକ୍ରମକ ରୋଗ ଗୀତାଞ୍ଜଳି ମେହେର ପି ପି ଟି ମାଧ୍ୟମରେ ଜିଲ୍ଲାରେ ନିଶା ଦ୍ରବ୍ୟ ର ତଥ୍ୟ ତଥା ନିଆଯାଇଥିବା ଓ ନିଆଯିବାକୁ ଥିବା କାର୍ଯ୍ୟକ୍ରମର ଉପସ୍ଥାପନ କରିଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଥିବା ଜିଲ୍ଲା କାର୍ଯ୍ୟାଳୟ, ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ପରିସରକୁ ନିଶାଦ୍ରବ୍ୟ ମୁକ୍ତ ଅଞ୍ଚଳ ଘୋଷଣା କରାଯିବାକୁ ସମସ୍ତ କାର୍ଯ୍ୟାଳୟ ର ମୁଖ୍ୟ ପ୍ରମୁଖ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ନିରାକରଣ କମିଟି ଗ୍ରହଣ ପୂର୍ବକ ଆବଶ୍ୟକ ସଚେତନତା ଉପରେ ବୈଠକ ରେ ଆଲୋଚନା କରାଯାଇଛି l

ବ୍ଲକ ଓ ଗ୍ରାମ୍ୟ ସ୍ତରରେ ଗଠିତ କମିଟିରେ ସ୍ଥାନୀୟ ଜନ ପ୍ରତିନିଧି, ସ୍ଥାନୀୟ ସ୍ଵେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରଭୁତି ଙ୍କୁ ସାମିଲ କରାଯାଇ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଛି l ଏପରିକି ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ରହିଥିବା ଅନୁପାଳନ ର ସୁନିଶ୍ଚିତ କାର୍ଯ୍ୟକାରୀ ନିମନ୍ତେ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସହ ଗ୍ରାମାଞ୍ଚଳ ଗୁଡିକରେ ନିଶାଦ୍ରବ୍ୟ କାରବାର ତଥା ବ୍ୟବହାର କୁ ନିୟନ୍ତ୍ରଣ କରିବା ଉପରେ ଗଠିତ ଚଢ଼ଉ ଟିମ ଦ୍ୱାରା ନିୟମିତ ଯାଞ୍ଚ ସହ ଚଢ଼ାଉ କରାଯିବାକୁ ବିଶେଷ ଆଲୋଚନା କରାଯାଇଛି l

ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଛାତ୍ର ଛାତ୍ରୀ ଙ୍କୁ ନିଶା ଦ୍ରବ୍ୟ ବ୍ୟବହାରର କୁ ପରିମାଣ ଉପରେ ଆବଶ୍ୟକ ପରାମର୍ଶ ଦେବାକୁ ଉପସ୍ଥିତ ଶିକ୍ଷା ବିଭାଗ ର ଅଧିକାରୀ ତଥା ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଙ୍କୁ ପରାମର୍ଶ ଦେଇଛନ୍ତି ବୈଠକ ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ l ଏହା ବ୍ୟତୀତ ନିଶାଦ୍ରବ୍ୟ ନିରାକରଣ ତଥା ବ୍ୟବହାର କୁ ରୋକିବାକୁ ହେଲେ ଏହାର ଏକ ତଥ୍ୟ ଭିତ୍ତିକ ପ୍ରସ୍ତୁତି କରିବା ଉପରେ ସେ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି, ଯାହା ନିଶାଦ୍ରବ୍ୟ ନିରାକରଣ ଓ ନିୟନ୍ତ୍ରଣରେ ବିଶେଷ ସହାୟକ ହେବା ସହିତ କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଭାବରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିବ l

ଏହି ବୈଠକ ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଏ ଡି ଏମ ଓ (ପରିବାର କଲ୍ୟାଣ) ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଏଡିପିଏଚଓ (ରୋଗ ନିୟନ୍ତ୍ରଣ ) ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରିଥିଲେ l

ଜିଲ୍ଲାରେ ବିଭିନ୍ନ ୧୮ ଗୋଟି ଶିକ୍ଷାନୁଷ୍ଠାନକୁ ନିଶାଦ୍ରବ୍ୟ ନିରାକରଣ ତଥା ବ୍ୟବହାର କୁ ରୋକିବା ସହ ନିଜ ନିଜ ଶିକ୍ଷାନୁଷ୍ଠାନ କୁ ନିଶାଦ୍ରବ୍ୟ ମୁକ୍ତ ପରିସର ଘୋଷଣା କରିଥିବା ହେତୁ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସଂକ୍ରମକ ରୋଗ ବିଜ୍ଞାନୀ ଡ଼ଃ ବିଷ୍ଣୁ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l