ମାତ୍ର ୩୦୦ମିଟର ରାସ୍ତାକାମ ସରକାର କଲେ ନାହିଁ, ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୯/୦୭): ଓଡ଼ିଶାର ଶେଷ ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ (ଅଞ୍ଚଳ) ଦୁଇ ପାର୍ଶ୍ବରେ ବୋହି ଚାଲିଥିବା ସାବେରୀ ଓ ସିଲେରୁ ନଦୀରେ ଏବେବି ଲୋକମାନେ ଡଙ୍ଗା ପାରି ହୋଇ ଆନ୍ଧ୍ର ଓ ଛତିଶଗଡ ଜାଉଛନ୍ତି । ଶିଲେରୁ ନଦୀ ଉପରେ ଆନ୍ଧ୍ର ସରକାର ପୋଲ ନିର୍ମାଣ କରିଥିବା ବେଳେ ଓଡିଶା ସରକାର ମାତ୍ର ୩୦୦ମିଟର ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଛନ୍ତି ।

ଏହି ରାସ୍ତା ସିଧା ସଳଖ ବ୍ରିଜକୁ ସଂଜୋଗ କରିବ ଯାହାକୁ ନେଇ ମୋଟୁ ଅଂଚଳ ବାସୀ ଜିଲ୍ଲାପାଳଙ୍କୁ ଭେଟି ଥିଲେ ଏବଂ ଏହାକୁ ଶିଘ୍ର କରିବା ପାଇଁ ଅଂଚଳ ବାସୀ ବାରମ୍ବାର ଦାବି କଲାପରେ ବି ଏହି ୩୦୦ ମିଟର ରାସ୍ତା ମୋଟୁ ବ୍ରିଜ ସହିତ ସଂଜୋଗ ହୋଇ ପାରିଲା ନାହି । ଶେଷରେ ଆଜି ଓଡିଶା ସରକାରଙ୍କ ଉଦାସୀନତା ପାଇଁ ପୋଲ ଥାଇକି ବି ବିଚ୍ଛିନ୍ନ ଅଂଚଳ ପରି ଦେଶୀ ଡଙ୍ଗାରେ ପାର ହୋଇ ବିପଦ ସଂଙ୍କୁଳ ଅବସ୍ଥାରେ ଜାତାୟତ କରୁଛନ୍ତି ଦେଖିବାକୁ ମିଳୁଛି | ପ୍ରତିଦିନ ଶହଶହ ଲୋକ ଡଙ୍ଗାରେ ପାରି ହୋଇ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶକୁ ଯାଇଥାନ୍ତି | ଦିର୍ଘ ୪୦ ବର୍ଷ ଧରି ଓଡିଶା ସରକାର ଲୋକମାନଙ୍କୁ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ପୋଲ ନିର୍ମାଣ କରିପାରି ନାହାନ୍ତି । ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣୀଇବା ସହ ୧୫ ଦିନ ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ଦାବି ଜଣାଇଥିଲେ ।

ଏ ଯାଏ ମୋଟୁ ଅଂଚଳ ବାସୀଙ୍କ ଲାଗି ରାଜ୍ୟ ସରକାର ପୋଲଟିଏ ନିର୍ମାଣ କରିପାରି ନାହାନ୍ତି । ହେଲେ ପଡୋଶୀ ରୀଜ୍ୟ ଛତିଶଗଡ ଓ ଆନ୍ଧ୍ର ସରକାର ସହାୟତାର ହାତ ବଢାଇ ଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ମାତ୍ର ୩୦୦ ମି ରାସ୍ତା ନିର୍ମାଣ ନ କରି ପାରିବା ଲୋକ ହସାର ପାତ୍ର ହୋଇଛି | ତେଣୁ ମୋଟୁ ଅଂଚଳର ଗ୍ରାମବାସୀ ମହମ୍ମଦ ଜାମାଲ ଖାନ୍, ମାସୁମ ଖାନ୍ ଏବଂ ଗ୍ରାମବାସୀ ଅଣ୍ଟା ଭିଡି ରାସ୍ତା ତିଆରି କରିବା ଆରମ୍ଭ କରିଛନ୍ତି । ମୋଟୁ ଅଚଳବାସୀ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ଶେସରେ ଥକିଗଲା ପରେ ଏଭଳି ପଦକ୍ଷେପ ନେଇଛନ୍ତି । ଏହି କାରଣରୁ ଜଣାପଡୁଛି ଯେ ଓଡିଶା ସରକାର ଦକ୍ଷିଣ ଓଡିଶା ମାଲକାନଗିରି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି |

Comments are closed.