ସାଲିମି ବିଏସଏଫଙ୍କ ଦ୍ୱାରା ମିଲେସିୟା ଗିରଫ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୯/୦୭): ଆଜି ସ୍ପେସିଆଲ ଅପେରସନ ସମୟରେ ବିଏସଏଫ ଯବାନ ମାନେ ଏକ ମିଲିସିଆକୁ କାବୁ କରିନେଇଛନ୍ତି | ସୂଚନା ଅନୁସାରେ ଆଜି ମାଥିଲି ବ୍ଲକର ସାଲିମି ବିଏସଏଫ (COB, ଶାଳିମି) ସକାଳ ପ୍ରାୟ ୧୧.୩୦ମି ସମୟରେ ବିଏସଏଫ,ଜିଓ-୨, ଏସଓଜି-୭, ଓଆରଏସ-୨ର ଏକ ସ୍ପେସିଆଲ ଅପେରସନରେ ଯାଉଥିବା ସମୟରେ ଟେମୃପାଲି ଆଉ ମାଳିଗୁଡା ମଝିରେ ଏକ ସନ୍ଦିଗ୍ଧ ବ୍ୟକ୍ତି ବିଏସଏଫ ଯବାନଙ୍କୁ ଦେଖି ହଡ଼ବଡେ଼ଇ ଦୌଡିବାକୁ ଲାଗିଲା |

ଯବାନ ମାନଙ୍କୁ ସନ୍ଦେହ ହେବାରୁ ଲୋକଟିକୁ କାବୁ କରିନେଇଥିଲେ | ଲୋକଟିକୁ ସାଲିମି ବିଏସଏଫ କ୍ୟାମ୍ପକୁ ଅଣାଯାଇ ବିଏସଏଫ ଜି ଷ୍ଟାଫଙ୍କ ପଚରା ଉଚରା ପରେ ସେଇ ଲୋକଟି ମିଲିସିଆ ଭାବେ କାମକରୁଥିବାର ମାନିଯାଇଥିଲା | ସେ ଲୋକଟି ହେଲା ଉଙ୍ଗା କୋବାସୀ, ପିତା ଇର୍ମା କୋବାସୀ, ଗ୍ରାମ ଯନ୍ଦ୍ରା ଗୁଡା | ଲୋକଟି ଦୀର୍ଘ ଦିନ ହେଲା ମିଲିସିଆ ଭାବେ, କାମକରୁଥିବା ଜଣାପଡିଛି | ସେ ତାର ଅନ୍ୟ ସହଯୋଗୀ ମାନଙ୍କ ନାମ ମଧ୍ୟ ପ୍ରକାଶ କରିଥିବା ଜଣାପଡିଛି | ଉଙ୍ଗା କବାସୀକୁ ପରବର୍ତୀ ପଚରାଉଚରା ପାଇଁ ମାଥିଲି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି |

Comments are closed.