ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌

0
139
ଟ୍ରକ୍‌କୁ ପଛରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୧/୦୮) : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ର ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍‌ ।

ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି । ୬ ଟି ଗୋରୁ ମଧ୍ୟ ଆହତ ହୋଇଛନ୍ତି । ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ । ଆଜି ଭୋରରୁ ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା । ଏହି ସମୟରେ ଗୋରୁ ବୋଝେଇ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗୋରୁ ବେପାରୀଙ୍କ ସହ ୯ ଟି ଗୋରୁଙ୍କର ମୃତ୍ୟୁ ଘଟିଥିଲା । ଆହତ ଗୋରୁଙ୍କୁ ପଶୁ ଚିକିତ୍ସକ ଚିକିତ୍ସା କରିଛନ୍ତି ।

ସ୍ଥାନୀୟ ଲୋକମାନେ ଅନ୍ୟ ଗୋରୁଙ୍କ ବେକରୁ ଦୌଡି ଖୋଲି ଦେବାରୁ ସେମାନେ ପାଖ ଜଙ୍ଗଲକୁ ଚାଲି ଯାଇଛନ୍ତି । ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଛି । ଅନ୍ୟ ଏକ ଟ୍ରକ୍‌ରେ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ ।