Related Contents

ଗଜା ମରୁଡି ଆଶଙ୍କାରେ ମୁରିବାହାଲ ଚାଷୀ, ଦାଦନ ଯିବାକୁ ପ୍ରସ୍ତୁତି ଆରମ୍ଭ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୨୦/୦୭): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ର ୨୨ଟି ପଞ୍ଚାୟତରେ ୨୭୧୪୦ ହେକ୍ଟର ଚାଷ ଉପଯୋଗୀ ଜମିରହିଛି | ୧୯୩୨୫ ହେକ୍ଟର ଜମିରେ ଧାନ ଓ ବାକି ୭୮୧୫ ହେକ୍ଟରରେ ଅଣ ଧାନ ଯଥା ଅର୍ଥକାରୀ ତୈଳ ବୀଜ, ପନିପରିବା ଫସଲ ହେଉଛି |

ଗଜା ମରୁଡି ଆଶଙ୍କାରେ ମୁରିବାହାଲ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ | ଆଷାଢ଼ ସରି ଶ୍ରାବଣ ହେଲାଣି ହେଲେ ଯେବାରି ବର୍ଷା ହେବ କଥା ତାହା ଦେଖାଯାଉନି | ଜୁନ ମାସରେ ତିନି ଚାରି ଦିନ ସ୍ୱଳ୍ପ ବର୍ଷା ପରେ ଏବେ ବର୍ଷା ଉଭାନ ହେଇଯାଇଛି | ଏପରି ପରିସ୍ଥିତିରେ ଚାଷୀଙ୍କ ଅବସ୍ଥା ବେହାଲ ହୋଇପଡିଛି | ଏ ଅଂଚଳର ଚାଷୀ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାନ୍ତି | ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଆଗେଇ ପାରୁନାହିଁ | ଧାନ ଭୃଣ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ଧାନ ବିହୁଡା ହୋଇପାରିନାହିଁ | ଅଧିକାଂଶ ଜମି ପଡିଆ ରହିଛି |

ଅଞ୍ଚଳଟି ଚାଷ ଉପରେ ନିର୍ଭରଶୀଳ ଥିବାରୁ ବର୍ଷା ନ ହେବା ଫଳରେ ମରୁଡି ଆଶଙ୍କା କରି କିଛି ଲୋକ ବାହାର ରାଜ୍ୟକୁ ଦାଦନ ଖାତିଯିବାକୁ ଆରମ୍ଭ କଲେଣି | ଅଜାକୁ ଲଗାତାର ପାଞ୍ଚ ବର୍ଷ ହେଲାଣି ମରୁଡି ହୋଇ ଆସୁଛି, ଏ ପରିସ୍ଥିତିରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡିଛି | ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀ ପରିବାରକୁ ଆବଶ୍ୟକ ସହାୟତ ଯୋଗାଇ ଦେବାକୁ ଦାବି ହେଉଛି |

Comments are closed.