Related Contents

ଥାଲାସେମିଆ ରୋଗରେ ପିଡିତ ଶିଶୁକନ୍ୟାକୁ ରକ୍ତ ଦାନ କରି ଚର୍ଚ୍ଚାରେ ଯୁବ ବିଧାୟକ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର (୨୦/୦୭): ଯାଜପୁର ଜିଲ୍ଲା ଯାଜପୁର ବିଧାୟକ ତଥା ବିଜେଡିର ୟୁଥ ଆଇକନ ବୋଲାଯାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ସତେ ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ସୁରକ୍ଷା ନାରାକୁ ଯେମିତି ନିଜ ଜୀବନର ଅନ୍ୟତମ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ଅଳିଆ ଗଦାରୁ ଏକ ପରିତ୍ୟକ୍ତା ଶିଶୁକନ୍ୟାକୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିବା ପ୍ରଣବ ପ୍ରକାଶ ଦାସ (ବବି) ଆଜି ଏକ ଥାଲାସେମିଆ ରୋଗରେ ପିଡିତ ଶିଶୁକନ୍ୟାକୁ ନିଜ ରକ୍ତ ଦେଇ ନୂଆ ଜୀବନ ଦେଇ ଚର୍ଚ୍ଚାରେ ଶ୍ରୀ ଦାସ ।

ବିଜେଡିର ସବୁଠାରୁ ପାୱାରଫୁଲ ବିଧାୟକ ବବି ଦାସ ନିଜ ନିର୍ବାଚନମଣ୍ଡଳୀର ଏକ ୭ବର୍ଷର ଶିଶୁ କନ୍ୟାକୁ ରକ୍ତ ଦେଇ ଏବେ ଏକ ଉଦାହାରଣ ସୃଷ୍ଟି କରିଛନ୍ତି । କିଏ ସେ କୁନି ଝିଅ ? ଯାହାକୁ ବବି ରକ୍ତ ଦେଇ ନୂଆ ଜୀବନ ଦେଇଛନ୍ତି । ସାରା ଓଡ଼ିଶାର ଏହି ୟୁଥ ଆଇକନ ଜନନାୟକର ପ୍ରକୃତ ଧର୍ମ କିଭଳି ପାଳନ ହୁଏ ତାର ପୁଣି ଏକ ନମୁନା ଦେଖାଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ପାଟକୁରା ନିର୍ବାଚନର ଦାଇତ୍ବ ସାରି ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସୁଖଦୁଃଖର ସାଥି ହେବାକୁ ପହଞ୍ଚିଥିଲେ | ନିଜ ନିର୍ବାଚନମଣ୍ଡଳୀ ଆଙ୍କୁଲା ଗ୍ରାମର ଥାଲାସେମିଆ ରୋଗରେ ପୀଡିତ ୭ ବର୍ଷର ଶିଶୁକନ୍ୟା ବର୍ଷା ମଲ୍ଲିକ ଯାଜପୁର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଖବର ପାଇ ବିଧାୟକ ତୁରନ୍ତ ଡାକ୍ତରଖାନାରେ ତାକୁ ଭେଟିଲେ । ଡାକ୍ତରଙ୍କ ସହ କୁନି ଝିଅର ସ୍ବାସ୍ଥ୍ୟ ବିଷୟରେ ବୁଝିଥିଲେ । କୁନି ଝିଅକୁ ମାସିକ ୨ୟୁନିଟ୍‌ ରକ୍ତ ଦରକାର ବୋଲି କହିଥିଲେ ଡାକ୍ତର । ଏହାଶୁଣି ପ୍ରଣବ ନିଜେ କୁନି ଝିଅକୁ ରକ୍ତ ଦେବାକୁ ଆଗ୍ରହ ଦେଖାଇଥିଲେ ଏବଂ ରକ୍ତ ଦାନ ମଧ୍ୟ କରିଥିଲେ । କୁନି ଝିଅର ଚିକିତ୍ସାରେ ଯେଭଳି କିଛି ବିଭ୍ରାଟ ନ ରୁହେ ସେଥିପ୍ରତି ଧ୍ୟାନ ଦେବାକୁ ଡାକ୍ତରଙ୍କୁ ବିଧାୟକ କହିଥିଲେ ।

ଏଥି ସହିତ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ‘କୁନି ଝିଅଟିର ଜୀବନ ବଞ୍ଚେଇ ରଖିବାକୁ ପ୍ରତିମାସ ଦୁଇ ୟୁନିଟ ରକ୍ତ (O+ve) ଆବଶ୍ୟକ ପଡ଼ୁଛି । ସେଥିପାଇଁ ମୁଁ ବୋଉକୁ ରକ୍ତଦାନ କରି ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରିଛି । ଏବଂ ଆପଣ ମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଶିଶୁକନ୍ୟାଟି ପ୍ରତି ଦୟାଶୀଳ ହୋଇ ଆପଣ ବି ଗୋଟେ ୟୁନିଟ ରକ୍ତଦାନ କରନ୍ତୁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହା ପୂର୍ବରୁ ସେହି ଯାଜପୁର ଜିଲ୍ଲାରେ ଏକ ଶିଶୁ କନ୍ୟାକୁ କେହି ଜଣେ ଅଳିଆ ଗଦାରେ ପକାଇଦେଇଥିଲେ ଯାହାକୁ ଉଦ୍ଧାର କରି ତା ନାଁ ଧରିତ୍ରୀ ବୋଲି ଦେଇଥିଲେ । ସେ ନିଜେ ଧରିତ୍ରୀର ସମ୍ପୂର୍ଣ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ ।

Comments are closed.