ଅଖିଳ ଭାରତ କୃଷକ ମହାସଭା ର କର୍ମକର୍ତ୍ତାଙ୍କ ଦ୍ୱାରା ଗୁଣପୁର ସହରାଞ୍ଚଳରେ ଚକାଜାମ

0
161
ଅଖିଳ ଭାରତ କୃଷକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୦୧/୦୮) : ଚଳିତ ମାସ ୩୧/୭/୨୦୨୨ ତାରିଖ ରବିବାର ଦିନ ଗୁଣପୁର ସହରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ଵାନ କ୍ରମେ ଅଖିଳ ଭାରତ କୃଷକ ମହାସଭା ତରଫରୁ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ବାଇପାସ୍ ଛକ ନିକଟରେ ଥିବା ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରାସ୍ତା ଅବରୋଧ କରାଯାଇଥିଲା ।WhatsApp Image 2022 07 31 at 6.30.09 PM ଅଖିଳ ଭାରତ କୃଷକ ମହାସଭା ର କର୍ମକର୍ତ୍ତାଙ୍କ ଦ୍ୱାରା ଗୁଣପୁର ସହରାଞ୍ଚଳରେ ଚକାଜାମ

ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, ଅବିଚାର, କୃଷକ ଗଣହତ୍ୟା, କୃଷକ ଶ୍ରମିକ ବିରୋଧୀ ଆଇନ, ମୂଲ୍ୟ ବୃଦ୍ଧି, କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ ଦଳିତ ସଂଖ୍ୟାଲଘୁ ଏବଂ ମହିଳା ମାନଙ୍କ ବିରୁଦ୍ଧରେ ହିଂସ୍ର ଆକ୍ରମଣ ଇତ୍ୟାଦି ପାଇଁ ପ୍ରଧାନମନ୍ତ୍ରୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ସମ୍ପୂର୍ଣ୍ଣ ଦାୟୀ । ଏମାନେ ହେଉଛନ୍ତି ଦେଶ ଓ ଦେଶବାସୀଙ୍କ ପାଇଁ ଅଶୁଭ ଶକ୍ତି । ତେଣୁ ଆଜି ଏହାର ପ୍ରତିବାଦରେ ଅଖିଳ ଭାରତ କୃଷକ ମହାସଭା ତରଫରୁ ଚାରୋଟି ଦାବି ଉପସ୍ଥାପନ କରାଯାଇଛି ।WhatsApp Image 2022 07 31 at 6.30.09 PM ଅଖିଳ ଭାରତ କୃଷକ ମହାସଭା ର କର୍ମକର୍ତ୍ତାଙ୍କ ଦ୍ୱାରା ଗୁଣପୁର ସହରାଞ୍ଚଳରେ ଚକାଜାମ

ସେଗୁଡିକ ହେଲା ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲ ର ଏମ୍,ଏସ୍,ପି (ସର୍ବ ନିମ୍ନ ମୂଲ୍ୟ) ପାଇଁ ଆଇନ ଗତ ବ୍ୟବସ୍ଥା କରିବା, ଲକ୍ଷ୍ମୀପୁର ଖେରୀ ନରସଂହାର ଘଟଣାରେ ସଂପୃକ୍ତ ଅପରାଧି ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବା, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିବା ଓ ଜନବିରୋଧୀ ବିଦ୍ୟୁତ ବିଲ ୨୦୨୦ ତୁରନ୍ତ ପ୍ରତ୍ୟାହାର କରି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ।

ଆଜିର ଏହି ଚାରିଦଫା ଦାବିନେଇ ଅଖିଳ ଭାରତ କୃଷକ ମହାସଭା ରାୟଗଡ଼ା ଜିଲ୍ଲା କମିଟି ର ସଦସ୍ୟ ତ୍ରୀପତି ଗମାଙ୍ଗ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ ନିଜ ଅଭିଭାଷଣରେ କହିଥିବା ବେଳେ ଅନାସିମ ଶବର, କୈଳାସ ଶବର, ମଜେସ ଶବର, ସଞ୍ଜୀବ ଶବର, ରାଇନା ଶବର, ଦାନିଏଲ ଶବର, ରାଜେନ୍ଦ୍ର ମାଝୀ, ଭିମ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।