ଶାଙ୍କୁଡ଼ାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

ରିପୋର୍ଟ: ଜଗନ କୁମାର ସେଠୀ
ଗଞ୍ଜାମ(୨୦/୦୭): ଶାଙ୍କୁଡ଼ା ଧବଳେଶ୍ୱର ବିଦ୍ୟାପୀଠ ପରିସରରେ ଜାତୀୟ ସବୁଜ ବାହିନୀ (ଇକୋ କ୍ଲବ) ଆନୁକୂଲ୍ୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଗ୍ରାମ ପରିକ୍ରମା କରାଯାଇ ପରିବେଶ ସୁରକ୍ଷା ବାର୍ତ୍ତା କରାଯାଇ ଗ୍ରାମ ସଫେଇ କରାଯାଇଥିଲା |

ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା କରାଯାଇ ପରିବେଶ ସଚେତନତା, ପରିମଳ ଓ ପାଇଖାନା ନିର୍ମାଣ ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ | ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ସାହୁ, ଇକୋ କ୍ଲବ ସଂଯୋଜକ ଶ୍ରୀ ନୀଳକଣ୍ଠ ଦାସ ଯୋଗ ଦେଇଥିଲେ | ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଉପସ୍ଥିତ ରହି ପିଲାମାନଙ୍କୁ ଊତ୍ସହିତ କରିଥିବା ବେଳେ ଶିକ୍ଷକ ଶ୍ରୀ ଅନିଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.