Related Contents

ଚୋରା ଗଂଜେଇ ସହ ପିକଅପ ଭ୍ୟାନ ଜବତ,ଦୁଇ ଗିରଫ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨୦/୦୭): କ.ନୂଆଗାଁ ଥାନା ଦୁଇ ଚୋରା ଗଂଜେଇ ଚାଲାଣ କାରୀଙ୍କୁ ଗିରଫ କରିବା ସହିତ ୨୯କେଜି ଗଞେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ କରିଛି | ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫକରିବା ସହ ଚାଲାଣକାରୀଙ୍କଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ନଗଦ ୧୫,୦୨୦ଟଙ୍କା ଜବତ କରିଛି ପୋଲିସ |

ପୂର୍ବ ସୁଚନା ଅନୁଯାୟୀ କ.ନୂଆଗାଁ ପୋଲିସ ଥାନା ସମ୍ମୁଖରେ ଗାଡିମୋଟର ଯାଞ୍ଚ କରୁଥିବାବେଳେ ଗଞେଇ ବୋଝେଇ ଗୋଟିଏ ବୋଲେରୋ ମାକ୍ସ ପିକ୍ଅପ୍ ଭ୍ୟାନ୍ କୁ ଧରିବାରେ ସକ୍ଷମ ହୋଇଥିଲା କ.ନୂଆଗାଁ ପୋଲିସ |୨୯କେଜି ଗଞେଇ ସହ ଚୋରା ଚାଲାଣରେ ବ୍ୟବହୃତ ଭ୍ୟାନ୍ କୁ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ | ମହାସିଙ୍ଗି ଅଞ୍ଚଳରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଏହି ଗଞେଇ ବୋଲି ଜଣାପଡିଛି | ଜବତ ଗଞେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି କ.ନୂଆଗାଁ ଥାନା ଅଧିକାରୀ ଚାନ୍ଦମଣି ସିଂ । ଗିରଫ ଦୁଇ ଜଣ ହେଲେ ପ୍ରଶାନ୍ତ ପ୍ରଧାନ ଓ ଜନ ଡିଗାଲ ବୋଲି ଜଣା ପଡିଛି |

Comments are closed.