Thursday, March 28, 2024

Top 5 This Week

Related Posts

ଭାରସାମ୍ୟ ହରାଇ ଟିଫିନ ଷ୍ଟଲ କୁ ଧକ୍କା ଦେଲା କାର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୦/୦୭) : ୫୭ ନଂ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପୁରୁଣା କଟକ ଠାରେ ଆଜି ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି l

ସୂଚନା ଅନୁଯାୟୀ ପୁରୁଣାକଟକ (ଏଟିଏମ ଛକ) ଧଳାପୁର – ପୁରୁଣାକଟକ ଛକରେ ଆଜି ପ୍ରାୟ ୫ ସମୟରେ ଧଳପୁର ପଟୁ ଏକ ଧଳା ରଙ୍ଗର କାର (OD 27C8970) ବୌଦ୍ଧ ଅଭିମୁଖେ ଯିବା ସମୟରେ ରାସ୍ତା ର ବାମପାର୍ଶ୍ୱରେ ଥିବା ଏକ ଜଳଖିଆ କେବିନକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ପାର୍ଶ୍ଵରେ ଥିବା ବ୍ୟକ୍ତି ମାନେ ଅଳ୍ପକେ ବର୍ତ୍ତିଯାଇଥିଲେ l ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଜାରି ରଖିଛି l

Popular Articles