ପାଟକୁରାରେ ଆଜି ମତଦାନ, ସକାଳ ୯ସୁଦ୍ଧା ୧୨% ମତଦାନ

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୨୪): ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସକାଳ ୯ଟା ସୁଦ୍ଧା ମାତ୍ର ୧୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି | ପାଟକୁରା ବିଧାନସଭାରେ ଆଜି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଓ କଂଗ୍ରେସର ଜୟନ୍ତ ମହାନ୍ତି। ଏହି ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୩୧ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୫ଟି ବୁଥରେ ଭିଡି୍ଓଗ୍ରାଫି ବ୍ୟବସ୍ଥା କରାଯାଇଥିବା ବେଳେ ମୋଟ ୪ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।

Comments are closed.