ରାୟଗଡ଼ାରୁ ତୀର୍ଥଯାତ୍ରୀ ଦଳ ପଶୁପତିନାଥ ଦର୍ଶନାର୍ଥେ ନେପାଳ କାଠମାଣ୍ଡୁ ଯାତ୍ରା

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୦/୦୭): ହିନ୍ଦୁଶାସ୍ତ୍ର ଅନୁଯାୟୀ ବାରମାସରୁ ପ୍ରତ୍ୟେକ ମାସକୁ ଜଣେ ଜଣେ ଦେବା ଦେବୀଙ୍କୁ ସମର୍ପିତ କରାଯାଇଛି | ସେଥିମଧ୍ୟରୁ ଚତୁର୍ମାସ୍ୟାରେ ପଡୁଥିବା ଶ୍ରାବଣ ମାସର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି | ଏହି ମାସଟି ସମ୍ପୂର୍ଣ୍ଣ ଭାବେ ଦେବାଧି ଦେବ ମହାଦେବଙ୍କୁ ସମର୍ପିତ | ଏହି ମାସରେ ଶିବ ଲିଙ୍ଗରେ ଜଳାଭିଷେକର ବିଶେଷ ମହତ୍ୱ ରହିଛି | ତେଣୁ ଏହିମାସର ବିଶେଷତ୍ୱ କୁ ଆଖି ଆଗରେ ରଖି ଗତ ଗୁରୁବାର ୧୮ତାରିଖ ଦିନ ରାୟଗଡା ସହରର ୪୦ଜଣ ତୀର୍ଥଯାତ୍ରୀ ନେପାଳର କାଠମାଣ୍ଡୁ ଠାରେ ଅବସ୍ଥିତ ବାବା ପଶୁପତି ନାଥଙ୍କ ଦର୍ଶନ ନିମନ୍ତେ ବାହାରିଛନ୍ତି |

ସମସ୍ତ ତୀର୍ଥଯାତ୍ରୀ ନିଜ ନିଜ ଯାତ୍ରାକୁ ସୁଗମ ଓ ସରଳ କରିବାପାଇଁ ପ୍ରଥମେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନିକଟରେ ପୂଜାର୍ଚ୍ଚନା କରି ମାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ | ଗୁରୁବାର ଦିନ ୧୨ଟା ସମୟରେ ରାୟଗଡାରୁ ସମଲେଶ୍ୱରୀ ଟ୍ରେନ ଯୋଗେ ହାୱଡା ଅଭିମୁଖେ ବାହାରିଥିଲେ ସମସ୍ତ ତୀର୍ଥଯାତ୍ରୀ | ଏହି ଯାତ୍ରୀ ଦଳ ପ୍ରତିବର୍ଷ କୌଣସି ନା କୌଣସି ସ୍ଥାନକୁ ଯାତ୍ରା କରିଥାନ୍ତି | ୨୦୧୬ମସିହାରେ ଜମ୍ମୁ କାଶ୍ମୀରର ବରଫ ଶିବଲିଙ୍ଗ ବାବା ଅମରନାଥଙ୍କ ଦର୍ଶନରେ ଯାଇଥିବା ବେଳେ ୨୦୧୮ମସିହାରେ କେଦାରନାଥ ଓ ବଦ୍ରୀନାଥଙ୍କ ଦର୍ଶନରେ ଯାଇଥିଲେ | ସେହିପରି ଚଳିତ ବର୍ଷ ମଧ୍ୟ ବାବା ପଶୁପତି ନାଥଙ୍କ ଦର୍ଶନ କରିବାକୁ ଆଶା ରଖି ନେପାଳର କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଛନ୍ତି | ଗୁରୁବାର ଦିନ ରାୟଗଡାରୁ ଯାତ୍ରା ଆରମ୍ଭ କରି ଶୁକ୍ରବାର ବାର ସକାଳୁ ହାୱଡା ଠାରେ ପହଞ୍ଚି ଥିଲେ | ସେଠାରେ ଗଙ୍ଗା ସ୍ନାନ ସାରି ମା ‘ଦକ୍ଷିଣ କାଳୀଙ୍କ ଦର୍ଶନ କରିଥିଲେ | ସେହିଠାରୁ ପୁଣି ଟ୍ରେନ ଯୋଗେ ରୋକସଲ ଅଭିମୁଖେ ଯାତ୍ରା କରିଥିଲେ | ସେହିଠାରୁ ପୁଣି ବସରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରାକରିବେ | ବାବା ପଶୁପତିନାଥଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ଦିନ ଜଳାଭିଷେକ କରିବାର ଇଚ୍ଛା ରଖିଛନ୍ତି ସମସ୍ତ ତୀର୍ଥଯାତ୍ରୀ | ବାବା ପଶୁପତିନାଥଙ୍କ ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିବା ପଂଚୁ ପାଣ୍ଡଵ ନର ସଂହାର କରି ନିଜ ନିଜକୁ ପ୍ରାୟଶ୍ଚିତ କରିବା ପାଇଁ ଶିବ ଆରାଧନା କରିବା ସମୟରେ ଶିବ ଏହି ପାପରୁ ନିଜକୁ ବଞ୍ଚିତ ରଖିବା ପାଇଁ ମଇଁଷି ପଶୁ ରୂପ ଧାରଣ କରିଥିଲେ। ଶ୍ରୀ କୃଷ୍ଣ ଭୀମଙ୍କୁ ଶିବଙ୍କର ଏହି ରୂପକୁ ଜଣାଇବାରେ ସହାୟକ ହୋଇଥିଲେ । ସେହି ପଶୁ ରୂପକ ଶିବଙ୍କୁ ସ୍ପର୍ଶ କରିବା ମାତ୍ରେ ଶିବ ପାତାଳଗାମୀ ହୋଇଥିଲେ । ଶିବଙ୍କର ପିଠିକୁ ସ୍ପର୍ଶ କରିଥିବା ଯୋଗୁଁ ଏହା ମଇଁଷିର ପିଠି ସଦୃଶ ଲିଙ୍ଗ କେଦାରନାଥ ଧାମରେ ପୂଜା ପାଉଥିବା ବେଳେ। ମଇଁଷି (ପଶୁ)ର ମୁଣ୍ଡ ସଦୃଶ ବାବା ପଶୁପତିନାଥ ପୂଜା ପାଉଛନ୍ତି ନେପାଳର କାଠମାଣ୍ଡୁରେ ।

Comments are closed.