କଲ୍ୟାଣସିଂହପୁର ରେ ଡାଇରିଆରେ ଜଣେ ମୃତ ୨୦ ଆକ୍ରାନ୍ତ

0
416
କଲ୍ୟାଣସିଂହପୁର ରେ ଡାଇରିଆରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩୦/୭) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେ ଡାଇରିଆରେ ଜଣେ ଅଭିନ କାଲାତିଆ ଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।WhatsApp Image 2022 07 30 at 7.23.53 PM କଲ୍ୟାଣସିଂହପୁର ରେ ଡାଇରିଆରେ ଜଣେ ମୃତ ୨୦ ଆକ୍ରାନ୍ତ

କଲ୍ୟାଣସିଂହପୁର ରେ ଡାଇରିଆରେ ୨୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହି ୨୦ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଶୁଣିବାକୁ ମିଳିଥିବା ବେଳେ ୧୦ ଜଣ ଶିକରପାଇ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣାପଡ଼ିଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଶିକରପାଇ ପଞ୍ଚାୟତ ର ଲକ୍ଷ୍ମୀନଗର ର ଅଭିନ କାଲାତିଆ ଙ୍କୁ ଝାଡା ବାନ୍ତି ଲାଗିଥିବାରୁ ଗତ ସୋମବାର ଦିନ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିଲେ । ତାଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ଚିକିତ୍ସାଳୟ କୁ ପଠାଇଥିଲେ । ସେହିଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଭଉଣୀ ୱାରାଲକ୍ଷ୍ମୀ କାଟାତିଆ କହିଛନ୍ତି । ଉକ୍ତ ବ୍ଲକରେ ଚଳିତ ୨୨ ତାରିଖ ଦିନ ହିଁ କଲ୍ୟାଣସିଂହପୁର ବ୍ଲକରେ ଡାଇରିଆ ହୋଇଛି ।

ସେହିଦିନ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁ ର ଲକି କୁଲେସିକା (୬୦) ଙ୍କୁ ପ୍ରଥମେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ । ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତାପର ଦିନ ତାଙ୍କ ବୋହୁ ବାସନ୍ତୀ କୁଲେସିକା (୨୭) ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ବର୍ତ୍ତମାନ ସେ ୪ ଦିନ ହେବ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣାପଡ଼ିଛି ।WhatsApp Image 2022 07 30 at 7.23.53 PM 2 କଲ୍ୟାଣସିଂହପୁର ରେ ଡାଇରିଆରେ ଜଣେ ମୃତ ୨୦ ଆକ୍ରାନ୍ତ

ବୁଡ଼ାଗୁଡ଼ା ପଞ୍ଚାୟତ ର ଗୁରୁତୁଲୀରେ ଓ ସିକରପାଇ ପଞ୍ଚାୟତ ର କୃଷ୍ଣ ନଗର ଗାଁ ଗୁରୁବାର ଦିନ ୧୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଗାଁକୁ ଭ୍ରାମ୍ୟମାଣ ଦଳ ବା ମୋବାଇଲ ଦଳ ଗସ୍ତ କରି ରୋଗୀଙ୍କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅଧିନସ୍ଥ ପୁସୁଘାଟି ଗାଁ ର ସାବିତ୍ରୀ ମାଝୀ (୧୨), ଗୋଡିବାଲି ପଞ୍ଚାୟତ ପଣସଗୁଡା ଗାଁ ର ଜାଗବ ନାୟକ, ଗୁରୁତୁଲୀ ଗାଁ ର ମୁତୁଲି କାଡ୍ରାକା (୬୦), ସଦାନନ୍ଦ ନିଶିକା (୨୦), କୁମ୍ଭାର ଗୁରୁତୁଲୀ ର ସନମା ନାୟକ (୪୦), ଭବନ ଗୌଡ଼ (୩୦), କାଡ୍ରାକା କିଷାନ, ବେଲକଣା ଗାଁ ର ଗିରଞ୍ଜଲି ନାୟକ (୧୧), କୃଷ୍ଣନଗର ବିଶ୍ୱନାଥ କାଲତିଆ (୫୦), କୁମ୍ଭାରଗୁରୁତୁଲି ଗାଁ ର ଜଇନାଥ ନାୟକ ଚିକିତ୍ସାଧୀନ ରହିଥିବା ଦେଖିବାକୁ ମିଳିଛି ।

ଏହି ମାନଙ୍କୁ କିଛି ଦିନ ଧରି ଝାଡାବାନ୍ତି ଲାଗି ରହିଥିବାରୁ ଗତକାଲି ଗୁରୁବାର ସନ୍ଧ୍ୟାରେ ଶିକରପାଇ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି । ଆଜି ବ୍ଲକ ପ୍ରଶାସନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ର ଆଶିଷଟାଣ୍ଟ କନିଷ୍ଠ ଯନ୍ତ୍ରୀ ସବ୍ୟସାଚି ନାୟକ, ଜଳ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶନୀ ଦାସ ପହଞ୍ଚି ଘଟଣା ସମ୍ପର୍କରେ ଶିକରପାଇ ଡାକ୍ତର ସତ୍ୟଜିତ ବେହେରା ଙ୍କ ସହ ଆଲୋଚନା କରିଥିଲେ ।

ଆକ୍ରାନ୍ତ ଗ୍ରାମକୁ ମୋବାଇଲ ଦଳ ର ଡାକ୍ତର ପ୍ରକାଶ ଚନ୍ଦ୍ର ରାଉତ, ଅଙ୍ଗନବାଡି କର୍ମୀ ରଜନୀ ନାଚିକା, ଆଶା କର୍ମୀ ସାଦେମଣି ହିଆଲ ବୁଲିବୁଲି ଲୋକଙ୍କୁ ସଚେତନତା କରିବା ସହ ଗ୍ରାମ ଗୁଡିକରେ ବିଚିଙ୍ଗ ପାଉଡର ସିଞ୍ଚନ କରି ଘର କୁ ଘର ବୁଲି ରୋଗୀ ପରୀକ୍ଷା କରୁଥିବା ଦେଖିବା ମିଳିଛି ।