Related Contents

ସୂଂଗେର ନାଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଶୀପୁର(ଦେବେନ୍ଦ୍ର ନାୟକ): କାଶୀପୁର ବ୍ଲକ ସୂଂଗେର ଠାରେ ବୋହିଯାଉଥିବା ନାଳରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ କିଛି ଗ୍ରାମବାସୀ ଭାସୁଥିବାର ଦେଖିଥିଲେ |

ସୂଚନା ମୁତାବକ ମୃତ ଦେହ ରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ମୁଣ୍ଡରେ ରକ୍ତ ଲାଗିଥିବା ଦେଖି ଏହି ବ୍ୟକ୍ତିଙ୍କୁ କୌଣସି ଦୁର୍ବୁତ୍ତ ମାରିଦେଇଥିବା ନେଇ ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ | ପରେ ସୂଂଗେର ଗ୍ରାମର ଗ୍ରାମରକ୍ଷୀଙ୍କ ଦ୍ୱାରା କାଶୀପୁର ଥାନାରେ ଜଣାଇଥିଲେ ମଧ୍ୟ ଏ ଜବତ କୌଣସି ଥାନା ଅଧିକାରୀ ଘଟଣା ସ୍ଥଳକୁ ଯାଇ ନ ଥିବା ଜଣାପଡିଛି | ଫଳରେ ଗ୍ରାମରକ୍ଷୀ ପରମେ ନାଏକ ଓ ସୂଂଗେର ସମିତି ସଭ୍ୟ ମୃତ ଦେହ କୁ କୂଳକୁ ଆଣିଥିଲେ ସୁଦ୍ଧା ମୃତ ବ୍ୟକ୍ତିକୁ ଚିହ୍ନଟ କରାଯାଇପାରିନାହିଁ | ଏହାର ତଦନ୍ତ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି |

Comments are closed.