Related Contents

ଅଜଣା ଦୁର୍ବୁତ୍ତ ହାତରେ ବୁଲା ଗାଈକୁ ତୀର ବିଦ୍ଧ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୯/୦୭): ଲମତାପୁଟ ବ୍ଲକ ସଦର ମହକୁମାରେ ଆଜି ଏକ ଗାଈକୁ କିଏ ଜଣେ ଦୁର୍ବୃତ ତୀର ବିଦ୍ଧ କରି ଆହତ କରିଛି । ଆଜି ଦିନ ୧ଟା ସମୟରେ ଲମତାପୁଟ ବ୍ଲକ କଲୋନୀର ସନ୍ତୋଷ କୁମାର ବେହେରାଙ୍କ ଘର ନିକଟରେ ଏକ ଗାଈ ଚରୁ ଥିବାର ଦେଖିଥିଲେ ।

ପାଖକୁ ଯାଇ ଦେଖନ୍ତି ତ ଗାଈର ପିଠିରେ ଏକ ତୀର ବିଦ୍ଧ ହୋଇଛି, ସଙ୍ଗେ ସଙ୍ଗେ ଗାଈଟିକୁ କିଛି ଖାଦ୍ୟ ଦେଇ ସଙ୍ଗେ ସଙ୍ଗେ ସନ୍ତୋଷ କୁମାର ବେହେରା ଓ ସଂଖେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମହେଶ୍ୱର ମଲ୍ଲିକ ଦ୍ବୟ ପ୍ରାଣଧନ ଚିକିତ୍ସା କେନ୍ଦ୍ର କର୍ମଚାରୀଙ୍କୁ ଫୋନ୍ କରି ଗାଈକୁ ବିଦ୍ଧ ହେଇଥିବା ତୀରକୁ ବାହାର କରି ଚିକିତ୍ସା କରାଇଥିଲେ । ଖବର ଲେଖା ହେଲା ବେଳକୁ ସୁଚନା ମିଳିଥିଲା ଯେ ଗାଈଟି ଲମତାପୁଟ ମାଳିସାହିର । ଏହି କାର୍ଯ୍ୟକୁ ନେଇ ସନ୍ତୋଷ ଓ ମହେଶ୍ୱରଙ୍କୁ ଅଞ୍ଚଳ ବାସିନ୍ଦା ପ୍ରଶଂସା କରିବା ସହ କିଏ କାହିଁକି ଏଭଳି ଭାବେ ଗାଈଟିକୁ ତୀର ବିଦ୍ଧ କରିଛି ଆଲୋଚନାର ବିଷୟ ପାଲଟିଛି ।

Comments are closed.