ରାଇକିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ ପାଣି, ଅଳିଆ ଆବର୍ଜନା ରାସ୍ତାରେ ଭାସୁଛି

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୯/୦୭): କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳର ବହୁ ଜାଗାରେ ଡ୍ରେନ ଗୁଡିକ ପୋତି ହୋଇଥିବା ଦେଖିବାକୁ ମିଳିଛି | ବହୁ ବର୍ଷ ହେବ ଏହି ଡ୍ରେନ ଗୁଡିକ ସଫା ହୋଇପାରି ନ ଥିବାରୁ ଏବେ ଏପରି ଅବସ୍ଥା ହେଉଥିବା ଅଭିଯୋଗ ହେଉଛି |

ସେପରି ରାଇକିଆ ବ୍ଲକ କାର୍ଯ୍ୟାଳୟ ପାଖରେ ଥିବା ଡ୍ରେନ ର ପାଣି, ଅଳିଆ, ଆବର୍ଜନା ସବୁ ମୁଖ୍ୟ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି | ତୁରନ୍ତ ଡ୍ରେନ ଗୁଡିକ ସଫା କରି ରାସ୍ତା ଆବର୍ଜନା ହଟାଇବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |

Comments are closed.