Related Contents

ମଦ କୋଠିବନ୍ଦ ପାଇଁ ଦାବି ପତ୍ର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୧୮/୦୭): ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଧୂମା ମାଲ ଗ୍ରାମର ସହସ୍ରାଧିକ ଏସଏସ ଜି ମହିଳାଙ୍କ ସହିତ ବଡ଼ସାଇମରା ସରପଞ୍ଚ ଅମିତ କୁମାରଙ୍କ ସଭାପତିତ୍ୱରେ ମଦ କୋଠି ବନ୍ଦ କରିବାପାଇଁ ଆସି ଥାନାରେ ଦାବିପତ୍ର ପୁଲିସ ଏସଆଇ ସରୋଜ କୁମାର ରଥଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ |

ଏଥିରେ ଗ୍ରାମର ୯ଟି ଏସଏସଜି ଗ୍ରୁପ ଯଥା ମାଆ ବିରଜା, ମାଆ ଲକ୍ଷ୍ମୀ,ମାଆ ସରସ୍ବତୀ,ମାଆ ବୃନ୍ଦାବତୀ,ମାଆ ମହାଲକ୍ଷ୍ମୀ,ମାଆ ବୃନ୍ଦାବତୀ,ମାଆ ଅନ୍ନପୂର୍ଣ୍ଣା, ମାଆ କୁସମତଳେନ ଓ ଜୟେ ଜଗନ୍ନାଥ ଉପସ୍ଥିତ ଥାଇ ଦାବିପତ୍ର ଦେଇଥିଲେ | ପ୍ରଥମେ ମହିଳା ମାନେ ଗାଁରେ ମିଟିଙ୍ଗ କରି ମଦ କୋଠି ବେପାରିଙ୍କୁ ବନ୍ଦ କରିବା ପାଇଁ ସମୟ ଦେଇଥିଲୁ ପାଞ୍ଚ ଦିନ ମଧ୍ୟରେ ବନ୍ଦ କରିବାପାଇଁ ସହମତି ହୋଇଥିଲା କିନ୍ତୁ ପାଞ୍ଚ ଦିନ ଗଲା ହେଲେ ସେମାନେ ବନ୍ଦ ନ କରିଥିବା ବେଳେ ଧମକ ଦେଉଥିବା ଅଭିଯୋଗ କରିଥିଲେ | ତେଣୁ ବାଧ୍ୟ ହୋଇ ମିଟିଙ୍ଗ କରି ନିଷ୍ପତି ନେଇଥିଲୁ ମଦ କୋଠି ବନ୍ଦ କରିବାପାଇଁ ନିଷ୍ପତି କ୍ରମେ ଲିଖିତ ଅଭିଯୋଗ ଥାନାକୁ ଦେଇଥିଲେ | ଯଥା ଶୀଘ୍ର ମଦ କୋଠି ବନ୍ଦ କରିବା ପାଇଁ ମହିଳା ମାନେ ପୁଲିସକୁ ଅନୁରୋଧ କରିଥିଲେ | ବଡ଼ସାଇମରା ସରପଞ୍ଚ ଶ୍ରୀ ପାତ୍ରଙ୍କ ଗ୍ରାମରେ ତାଙ୍କର ଚେଷ୍ଟାରେ କୌଣସି ମଦ କୋଠି ନ ଥିବା କହିଥିଲେ | ଲୋକଙ୍କୁ ସଚେତନ କଲେ ସବୁ ସମ୍ଭବ ବୋଲି ହେବ ବୋଲି ପ୍ରକାଶ କରିଥିଲେ | ଶ୍ରୀ ରଥଙ୍କୁ ପଚାରିବାରୁ ସେ କହିଥିଲେ ଏହି ବିଷୟରେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ |

One response to “ମଦ କୋଠିବନ୍ଦ ପାଇଁ ଦାବି ପତ୍ର”

  1. Lokanath Mishra says:

    Very good coverage.