Friday, March 29, 2024

Top 5 This Week

Related Posts

ଉବୁଟୁବୁ ଦୁବାଇ : ବନ୍ୟାରେ ବୁଡ଼ିଲା ଶହ ଶହ ଲଗ୍‌ଜୁରୀ କାର୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଆବୁଧାବି/ନୂଆଦିଲ୍ଲୀ, (୩୦/୦୭) : ଉବୁଟୁବୁ ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଶହ ଶହ ଲଗ୍‌ଜୁରୀ କାର୍‌ ବୁଡି ଯାଇଛି ।

ଉବୁଟୁବୁ ଦୁବାଇ । ସଂଯୁକ୍ତ ଆରବ ଏମିରାଟରେ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଲାଗି ଅନେକ ଅଞ୍ଚଳରେ ଲୋକେ ପାଣି ଘେରରେ ଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବିଶେଷ କରି ଶରଜାହା ଓ ଫୁଜେରିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପାଣି ଘରେ, ଆପାର୍ଟମେଣ୍ଟ, ସପିଂ ମଲ୍‌ ଓ କାରଖାନାରେ ପସି ଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଏଠାରେ ସରକାର ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି ।

ସେହିପରି ଦୁଇବା ଓ ଆବୁଧାବିରେ ଏହି ଦୁଇ ଅଞ୍ଚଳ ତୁଳନାରେ କମ୍‌ ବର୍ଷା ହୋଇଛି । ଅନେକ ଲୋକଙ୍କୁ ହୋଟେଲ ଓ ବିଭିନ୍ନ ସ୍ଥାନରେ ରଖାଯାଇଛି । ଫୁଜେରିୟା ସଡ଼କ ଉପରେ ଠିଆ ହୋଇଥିବା କିଛି କାର୍‌ ପାଣିରେ ବୁଡି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସହରକୁ ପ୍ରବେଶ କରୁଥିବା ପଥ ଗୁଡିକ ମଧ୍ୟ ପାଣିରେ ଧୋଇ ଯାଇଛି । କିଛି ସ୍ଥାନକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଉଦ୍ଧାରକାରୀ ଦଳ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଶରଜାହ ଓ ଫୁଜେରିୟାରେ ୩,୮୯୭ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ରୂପେ ତିଆରି ହୋଇଥିବା ଶିବିରରେ ରଖାଯାଇଛି ।

ଖଲିଜ ଟାଇମ୍ସ ଅନୁସାରେ ୟୁଏଇ ର ପୂର୍ବାଞ୍ଚଳରେ ବର୍ଷା ଯୋଗୁ ଅଚାନକ ବନ୍ୟା ପାଣି ମାଡି ଆସିଛି । ଏହି କାରଣରୁ ଲୋକେ ପ୍ରବାଭିତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିୟୋଜିତ ଥିବା ସେନା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉଫୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମି କିଛି ଦିନ ଯାଏଁ ଏଠାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।

Popular Articles