ଅଭିଶପ୍ତ ଜୀବନରେ ବଞ୍ଚୁଛନ୍ତି ଭୋଇଶାପଡା ଓ ବନୁପଡା ଗ୍ରାମବାସୀ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୧୮/୦୭): ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡି ନାହିଁ ଏହି ଗାଁ ଉପରେ । ଶିକ୍ଷ୍ୟା, ସ୍ୱାସ୍ଥ୍ୟ , ଗୋମନା ଗୋମନ ଓ ପାନୀୟ ଜଳ ଏଠି ବିପର୍ଯ୍ୟସ୍ତ । ଏହିଭଳି ନାହିଁ ନାହିଁର ଗାଁ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭଈଶାପଡ଼ା ଓ ବନୁପଡା ଗାଁ ।

ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ଗ୍ରାମବାସୀ । ଗାଁକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ । ଖାଲ ନାଳ ଜଙ୍ଗଲୀଆ ପାଦଚଲା ରାସ୍ତା ଦେଇ ୪କିଲୋମିଟର ଗଲା ପରେ ପଡେ ଏହି ଭଈଶାପଡ଼ା ଓ ବନୁପଡା ଗାଁ । ଦୁଇ ଚକିଆକୁ ଛାଡି ଦେଲେ ଚାରି ଚକିଆ ଗାଡି ଏହି ରାସ୍ତା ରେ ଗଡିବା ସ୍ୱପ୍ନ। ବର୍ଷା ଦିନେତ ଯାତାୟତ କଥା ନକହିବା ଭଲ । ଗାଁରେ ନା ଅଛି ବିଦ୍ୟାଳୟ, ନା ଅଛି ପକ୍କା ରାସ୍ତା, ନା ଅଛି ଆଲୁଅ, ନା ଅଛି ଅଙ୍ଗନବାଡି କେନ୍ଦ୍ର, ଏହି ଦୁଇ ଗାଁରେ ଗୌଡ଼ ଏବଂ ସାନ୍ତା ସମ୍ପ୍ରଦାୟର ୪୫ ରୁ ଉର୍ଦ୍ଧ ପରିବାର୍ ଓ ୨୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଗ୍ରାମର ସମସ୍ତ ପରିବାର୍ ସରକାର ଯୋଜନାରୁ ବଞ୍ଚିତ ହୋଇପଡିଛନ୍ତି । ଗାଁରେ ପକ୍କା ରାସ୍ତା ଅଭାବରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ , ଖଟିଆ ଓ ଷ୍ଟ୍ରେଚେର ରେ ବୋହି ନେବାକୁ ପଡିଥାଏ ରୋଗୀଙ୍କୁ , ଯାହାଫଳରେ ପ୍ରସୂତି, ଗର୍ଭବତୀ ଓ ବୃଦ୍ଧାଙ୍କ ଜୀବନ ଅଧବାଟରେ ହିଁ ଚାଲିଯାଏ ।

ଗାଁରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ରେ ଠେଲି ହେଇଯାଉଥିବା ବେଳେ ଦିନକୁ ଦିନ ବହୁମାତ୍ରାରେ ଅପପୃଷ୍ଟିର ଶିକାର ହେଉଛନ୍ତି କୁନି କୁନି କୋମଳମୋତି ନିଷ୍ପାପ ଶିଶୁ । ଲୋକପ୍ରତିନିଧି ଏବଂ ପ୍ରଶାସନ ପାଖରେ ଦଉଡି ଦଉଡି ନୟାନ୍ତ ହେଲାପରେ ମଧ୍ୟ ବାଧ୍ୟ ହୋଇ ଅଭିଶପ୍ତ ଜୀବନ ବିତାଉ ଛନ୍ତି ଏହି ଦୁଇ ଗ୍ରାମବାସୀ । ଏ ନେଇ ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୁରସିଂ ଧୁରୁଆ ଅତିଶୀଘ୍ର ଭଈଶାପଡ଼ା ଓ ବନୁପଡା ଗାଁକୁ ନରେଗା ଯୋଜନାରୁ ରାସ୍ତା ଏବଂ ଅଙ୍ଗନବାଡି କେନ୍ଦ୍ର ସହ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.