Advertisements

ମାଲକାନଗିରିରେ ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ପ୍ଲାଷ୍ଟିକ ବର୍ଜନ ରାଲି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୮/୦୭): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ସ୍ଲୋଗାନ ଦେଇ ଏକ ରାଳିର ଆୟୋଜନ ହୋଇଥିଲା ।

ଏହି ରାଲି ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏଥିରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା, ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ, ଜିଲ୍ଲା ଆଇନ ପ୍ରାଧିକାରଣ ସଚିବ ଶ୍ରୀ ଅମରେଶ ନାୟକ, ଡିଏଫଓ, ଏସଡିପିଓ ଶ୍ରୀ ଋଷିକେଶ ଖୀଲାଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରସେନ ପ୍ରଧାନ, ପିଡି ଡିଆରଡିଏ ଶ୍ରୀ ଲିଙ୍ଗରାଜ ପଣ୍ଡା, ଉପ-ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ, ବ୍ଲକ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଶ୍ରୀ ଗୁଣନିଧି ନାୟକ ଉକ୍ତ ରାଲିରେ ଯୋଗ ଦେଇଥିଲେ । ଦୁଇ ଶହରୁ ଉର୍ଦ୍ଧ୍ଵ ଏନସିସି ଓ କଲେଜ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ସହର ପରିକ୍ରମା ସମୟରେ ପ୍ଲାଷ୍ଟିକ ଓ ପଲିଥିନକୁ ବ୍ୟବହାର ନ କରିବାକୁ ସ୍ଲୋଗାନ ଦେଇଥିଲେ |

Advertisements

Comments are closed.