ଖୁରିଗାଁ ଠାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ

0
192
ଖୁରିଗାଁ ଠାରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୨୯/୦୭) : ଆଦ୍ୟ ତା ୨୯/୦୭/୨୦୨୨ ଦିନ କାଶୀପୁର ବ୍ଲକ ଖୁରିଗାଁ ଠାରେ ICICI ବ୍ୟାଙ୍କ, ICICI Foundation ର ଆର୍ଥିକ ସହାୟତାରେ ସ୍ଥାପିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କର କରକମଳରେ ଉଦ୍ଘାଟିତ ହେଲା ।WhatsApp Image 2022 07 30 at 9.32.33 AM ଖୁରିଗାଁ ଠାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ

ଖୁରିଗାଁ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀପୁର ଦେବାଶିଷ କର, ତହସିଲଦାର କାଶୀପୁର ଶ୍ରୀଯୁକ୍ତ ଶରତ ଶବର, ସମ୍ୱନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରୀ ସୌଦାମିନୀ ପାତ୍ର, ବ୍ଲକ ପ୍ରକଳ୍ପ ପରିଚାଳକ (ଓ.ଏଲ.ଏମ.) କିଶୋର କରକରିଆ ଏବଂ ICICI ବ୍ୟାଙ୍କ ର ରିଜନାଲ ମୁଖ୍ୟ ପ୍ରବୀଣ କନ୍ଦୁରି, ରାୟଗଡ଼ା ଶାଖା ପରିଚାଳକ ସରୋଜ ମହାପାତ୍ର, ଟିକିରି ଶାଖା ପରିଚାଳକ ହରିଶ ବାସ୍କେ, ICICI Foundation ର ମ୍ୟାନେଜର ଆଦିତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ । ଏହାଛଡା ବାହାରପଦାମାଝୀରେ Foundation ସହାୟତାରେ ହୋଇଥିବା ଛେଳି ଦାନା ପ୍ରସ୍ତୁତି କେନ୍ଦ୍ର ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ଼. ହାଡିବନ୍ଧୁ ଭୋଇ ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା ।

ବ୍ଲକ ର ୫୯ ବିଦ୍ୟାଳୟରେ ହୋଇଥିବା ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ର ଉଦଘାଟନ ବାହାରପଦାମାଝୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସଲମନ ରାଇକା ଙ୍କ ଦ୍ୱାରା ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ ଡେଭେଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତା ପରିଚାଳନା କରିଥିଲେ ।