ଡେଙ୍ଗୁ ପାଇଁ ସଚେତନତା ରାଲି ଅନୁଷ୍ଠିତ

0
278
ଡେଙ୍ଗୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୭) : ରାଜ୍ୟ ର ବିଭିନ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ରୁ କାଶୀନଗର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।WhatsApp Image 2022 07 30 at 9.31.42 AM ଡେଙ୍ଗୁ ପାଇଁ ସଚେତନତା ରାଲି ଅନୁଷ୍ଠିତ

ଆଜି ସକାଳେ ଶନିବାର ହୋଇଥିବାରୁ କାଶୀନଗର ସହର ର ବିଭିନ୍ନ ବିଦ୍ୟାଳୟ ର ପିଲାଙ୍କୁ ନେଇ ଡେଙ୍ଗୁ ପାଇଁ ଏକ ସଚେତନତା ରାଲି ର ଆୟୋଜନ କରାଯାଇଛି । ହରିଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଜୁଲା ସାହି ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଏମ ଡି ଭି ଏସ ଇଂରାଜୀ ବିଦ୍ୟାଳୟ ର ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଏହି ରାଲିରେ ଯୋଗ ଦେଇ ବିଭିନ୍ନ ନାରା ଦେଇ ସଚେତନ କରିଥିଲେ । ସି ଆର ସି ସି ଗୋପାଳ ରାଓ, ବରିଷ୍ଠ ଶିଝେୟକ ବିନାୟକ ଲେଙ୍କା ଜଗଦୀଶ ପାତ୍ର, ରାମ ରାଓ, ମଧୁ, ଗଣେଶ ପାଣିଗ୍ରାହୀ, ହାଇସ୍କୁଲ ର ଖେଳ ଶିକ୍ଷକ ଏହାର ନେତୃତ୍ୱ ନେଇଥିଲେ । ଏହି ରାଲି ପୁରା ଗାଁଁ ତମାମ ବୁଲିଥିଲା ।