Advertisements

ପଲିଥିନ ଧରିବାକୁ ଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ହଟହଟା

ରିପୋର୍ଟ: ଜଗନ କୁମାର ସେଠୀ
କୋଦଳା,ଗଂଜାମ (୧୮/୦୭): ଦିନକୁ ଦିନ ପଲିଥିନ ଯୋଗୁଁ ଜଳର ଉତ୍କଟ ସମସ୍ୟା ବଢ଼ିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଲିଥିନ ସମ୍ପୂର୍ଣ୍ଣ୍ ବନ୍ଦ କରି ବିକ୍ରି କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି |ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଏନ୍ଏସି ଲୋକ ମାନଙ୍କୁ ବାରମ୍ବାର ସଚେତନ କରାଇଛନ୍ତି ।

ଏବଂ କିଛି ଜାଗାରୁ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି । ହେଲେ ଆଜି କୋଦଳା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱପ୍ନାରାଣୀ ପାଢୀ ଏବଂ ତାଙ୍କର କିଛି ଷ୍ଟାଫଙ୍କ ସହ କୋଦଳା କୁମୁଟି ସାହି ଛକ ନିକଟରେ ଏକ ଦୋକାନରୁ ସ୍ୱସ୍ତିକ ପାଣି ପାଉଚ ଜବତ କରିବାରୁ କିଛି ଲୋକ ତାଙ୍କୁ ଘେରି ଯାଇ କୋଦଳା ଅଞ୍ଚଳ ସଫା ରହୁନାହିଁ କାହିଁକି ବୋଲି ଯୁକ୍ତି କରିଥିଲେ; ଏବଂ ପାଣି ପାଉଚ ଜବତ କରିବାକୁ ଦେଇନଥିଲେ | କୋଦଳା ଠାରୁ ୯କି.ମି ଦୂରରେ ଡେଙ୍ଗାପଦର ଗ୍ରାମରେ ସ୍ୱସ୍ତିକ ପାଣି ପାଉଚ ତିଆରି ହେଉଥିବାରୁ ସେଠାରେ ପ୍ରଥମେ ବନ୍ଦ କରିବାକୁ ଲୋକେ କହିଥିଲେ । ଯାହା ଫଳରେ କୋଦଳା ଏନ୍.ଏସି ନିର୍ବାହୀ ଅଧିକାରୀ ଏବଂ ଷ୍ଟାଫ ସେଠାରୁ ପଲାଇଯାଇଥିଲେ । ପଲିଥିନ ବନ୍ଦ ନିଷ୍ପତିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି ।ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କୋଦଳା ଏନ୍.ଏସି କିପରି ପଲିଥିନ ମୁକ୍ତ କରାଯିବ ଏହାର କୌଣସି ରାସ୍ତା ବାହାର କରିବାକୁ ବୁଦ୍ଧିଜୀବି ମାନେ ନିବେଦନ କରିଛନ୍ତି ।

Advertisements

Comments are closed.