ତାଣ୍ଡବଲୀଳା ରଚିଲା ପବନ, ପବନରେ ଉଡିଗଲା ତିନି ଜଣଙ୍କ ଘର ଆଜବେଷ୍ଟସ ସହ ଯାତ୍ରୀ ପ୍ରତିକ୍ଷାଳୟ ଆଜବେଷ୍ଟସ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୭/୦୭): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତର ଡାବୁଗୁଡା ଗ୍ରାମରେ ଘଟିଛି ଏହି ଘଟଣା । ଗତକାଲି ଅପରାହ୍ନ ଚାରିଟା ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ୭ମିନିଟ୍ ପବନ ହେବା ଯୋଗୁ ଡାବୁଗୁଡା ଗ୍ରାମର ତିନି ଜଣଙ୍କ ଘରର ଆଜବେଷ୍ଟସ ଉଡ଼ିବା ସହିତ ଗ୍ରାମରେ ଥିବା ଆମ ଗାଁ ଆମ ବିକାଶ ଯୋଜନାର ସଭା ଗୃହ ଓ ଯାତ୍ରୀ ପ୍ରତିକ୍ଷାଳୟର ଆଜବେଷ୍ଟସ ମଧ୍ୟ ଉଡିଯାଇଛି ।

ଏଥିରେ କ୍ଷତି ହୋଇଥିବା ବ୍ୟକ୍ତି ମାନେ ହେଲେ ନରସିଂହ ମାଲିକ (୫୫) ଯିଏକି ଜଣେ ଭିନ୍ନକ୍ଷମ ବ୍ୟକ୍ତି ତାଙ୍କର ଗୋଟିଏ ହାତ ନାହିଁ ଆଜିକୁ ଦୁଇ ବର୍ଷ ତଳେ ସରକାରଙ୍କ ଯୋଜନା ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ । କାଲିର ପବନ ଯୋଗୁଁ ଘର ପ୍ରାୟ ଦଶରୁ ଉର୍ଦ୍ଧ୍ବ ଆଜବେଷ୍ଟସ ଉଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସେହିପରି ଡମ୍ବରୁ କତଲେଲ୍ ଓ ବୁଦୁ କତଲେଲ୍ ଙ୍କର ମଧ୍ୟ ଆଜବେଷ୍ଟସ ଗୁଡିକ ନଷ୍ଟ ହୋଇଯାଇଛି । ସେହିପରି ଡାବୁଗୁଡା ନିକଟସ୍ଥ ଚାରାଗୁଡା ଗ୍ରାମରେ ମଧ୍ୟ ବହୁତ ଘରର ଆଜବେଷ୍ଟସ ଉଡ଼ି ଭାଙ୍ଗି ଯାଇଛି | ଗ୍ରାମବାସୀ ମାନେ କହିଛନ୍ତି ଯେ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ସରକାର କ୍ଷତିପୂରଣ ଦିଆଗଲେ ଉପକୃତ ହୁଅନ୍ତେ |

Comments are closed.