Friday, March 29, 2024

Top 5 This Week

Related Posts

କାର ରୁ ୧୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ : ଜଣେ ଗିରଫ

ରିପୋର୍ଟ : ଶିବ ବିଶୋୟୀ
କୋରାପୁଟ, (୨୮/୦୭) : ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକା ରୁ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ମାଛକୁଣ୍ଡ ଲମତାପୁଟ ପୋଲିସ । କାର ରୁ ୧୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପି.ଓ. ଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ପୋଲିସ ଟିମ୍ ସୂର୍ମି ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲେ । ଖବର ମୁତାବାକ ଏକ କାର ଦୃତ୍ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ । କାର କୁ ଅଟକାଇ ଯାଞ୍ଚ କରିବାରୁ କାର ରୁ ୫ଟି ଗଞ୍ଜେଇ ବସ୍ତା ବାହାର କରିଥିଲା ପୋଲିସ ।

୫ ଟି ବସ୍ତାରେ ପ୍ରାୟ ୧ କୁଇଁଣ୍ଟାଲ ୨୭ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହଛି ଏବଂ କାରରେ ଥିବା ଜଣକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଜୟପୁର ବାରଣି ପୁଟ ଗ୍ରାମ ର ଜିତୁ ବିଶ୍ଵାଳ ବୋଲି ଜଣା ପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପୋଲିସ କଡ଼ା ପଦକ୍ଷେପ ନେଉ ଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣରେ ରୋକ୍ ଲାଗି ପାରୁନି । ଅଞ୍ଚଳ ର ଯୁବ ପିଢ଼ି ମୋଟା ଅଙ୍କର ଟଙ୍କା ଲୋଭରେ ବେଆଇନ ଗଞ୍ଜେଇ ଚୋରା ଚାଲଣରେ ଲିପ୍ତ ରହୁଥିବା ହେତୁ ପୋଲିସ ପାଇଁ ବହୁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Popular Articles