Friday, March 29, 2024

Top 5 This Week

Related Posts

କମ୍ରେଡ଼ ଚାରୁ ମଜୁମଦାରଙ୍କ ସହିଦ ଦିବସ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୮/୦୭) : ଚଳିତ ମାସ ଜୁଲାଇ ୨୮ ତାରିଖରେ ରାୟଗଡ଼ା ଜିଲ୍ଲା ର ଗୁଣପୁର ବ୍ଲକ଼ ଅନ୍ତର୍ଗତ ଜଲତାର ପଞ୍ଚାୟତ ଲୁଗୁଂରୁ ତାଲ ଗାଁ ଠାରେ ସି ପି ଆଇ (ଏମ.ଏଲ.) ଲିବରେସନ ର ସାଧାରଣ ସମ୍ପାଦକ କମ୍ରେଡ଼ ଚାରୁ ମଜୁମଦାରଙ୍କ ୫୦ ତମ ଶହୀଦ ଦିବସ ପାଳନ କରାଯାଇଥିଲା ।WhatsApp Image 2022 07 28 at 12.56.38 PM କମ୍ରେଡ଼ ଚାରୁ ମଜୁମଦାରଙ୍କ ସହିଦ ଦିବସ ପାଳିତ

ଗରିବ, ଖଟିଖିଆ, ମଜୁରିଆ, ମେହନତି ମଣିଷ ମାନଙ୍କ ପାଇଁ କମ୍ରେଡ଼ ଚାରୁ ମଜୁମଦାର ବର୍ଷ ବର୍ଷ ଧରି କୃଷକ ଆନ୍ଦୋଳନ ଓ ତେଭାଗା -ଆନ୍ଦୋଳନ ର ସଙ୍ଗଠକ ଭାବରେ କାର୍ଯ୍ୟ କରୁଥିଲେ । କମ୍ରେଡ ଚାରୁ ମଜୁମଦାର ସହିଦ ହେବାର ୫୦ ବର୍ଷ ପରେ ଦେଶର ଲୋକ ମାନଙ୍କ ଜୀବନ ଜୀବିକା ଏକ ପ୍ରକାର ସଙ୍କଟରେ ରହିଛି । ଗଣତନ୍ତ୍ର କୁ ଫାସିଷ୍ଟ ହିନ୍ଦୁ ରାଷ୍ଟ୍ର ର ଗୁମ୍ପାରେ ବନ୍ଦ କରି ଧର୍ମ ନିରପେକ୍ଷତା ଗଣତନ୍ତ୍ର ଓ ସମ୍ବିଧାନ ଏକ ବିପଦରେ ରହିଥିବା ସ୍ଥଳେ ସି ପି ଆଇ (ଏମଏଲ) ଲିବରେସନ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାବେ କାମ କରିବା ପାଇଁ ସପଥ ନେଇଛି ।

ଏ ପରିପ୍ରେକ୍ଷୀରେ ସି ପି ଆଇ (ଏମଏଲ) ଲିବରେସନ ର ୨୦୨୩ ଫେବୃଆରୀ ମାସ ରେ ସର୍ବଭାରତୀୟ ସମ୍ମିଳନୀ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବର, ରାଇନା ଶବର, କୈଳାସ ଶବର, ମୋଜେଶ ଶବର ପ୍ରମୁଖ ସହଯୋଗ କରିଥିଲେ ।

Popular Articles