Related Contents

ଶିଶୁ ସୁରକ୍ଷାରୁ ବଞ୍ଚିତ ମାଳିପଦରର ୪୦ ଶିଶୁ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସିଙ୍କ ଦାବି

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୭/୦୭): ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଗ୍ରାମାଞ୍ଚଳରେ ଛୋଟ ଛୋଟ କୋମଳମୋତି ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶର ଉନ୍ନତି ଦିଗକୁ ଦୃଷ୍ଟି ରଖି ସରକାର ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା ମଧ୍ୟମରେ ଛୋଟ ଛୋଟ ପିଲାଙ୍କୁ ଏହି ସୁବିଧା ଯୋଗାଇ ଦେଉଥିବା ବେଳେ ବାସ୍ତବରେ କିଛି ଗ୍ରାମରେ ଏହି ସୁବିଧାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହୁଛନ୍ତି ଛୋଟ ଛୋଟ ପିଲାମାନେ |

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମାଳିପଦର ଗ୍ରାମରେ | ଏହି ଗ୍ରାମରେ ମୋଟ ଚାଳିଶି ପରିବାର ବସବାସ କରୁଥିବା ବେଳେ ୬ ବର୍ଷରୁ କମ ପିଲାଙ୍କ ସଂଖ୍ୟା ତିରିଶିରୁ ଉର୍ଦ୍ଧ ହେବ ହେଲେ ଲୋକ ସଂଖ୍ୟା ଅନୁପାତ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିୟମ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ଯାଇନାହିଁ | ଏହି ଗ୍ରାମରୁ ପାଞ୍ଚ କିଲୋମିଟର ଦୂରରେ ଥିବା ପରଵାଡ଼ି ଅଙ୍ଗନବାଡ଼ି କେନ୍ଦ୍ରରେ କେବଳ ନାମକୁ ମାତ୍ର ପିଲାଙ୍କ ନାମ ଲେଖା ଅଛି | ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ଯିବା ଆସିବା କରିବା କଷ୍ଟକର ହେଉଛି | ଏଣୁ ମାଳିପଦର ଗ୍ରାମରେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଉ ବୋଲି ଗଣମାଧ୍ୟମରେ ପ୍ରଶାସନକୁ ଦାବି ଜଣାଇଛନ୍ତି ଗ୍ରାମବାସି | ଏହି ବିଷୟରେ ଵିଭଗୀୟ ଅଧିକାରୀଙ୍କୁ ଜଣାଯାଇଛି ଅତିଶୀଘ୍ର ଏକ ମିନି ଅଙ୍ଗନବାଡି ଖୋଲାଯିବ ବୋଲି ଗୁପ୍ତେଶ୍ୱର ସରପଞ୍ଚ ବଳରାମ ଖିଲ ପ୍ରକାଶ କରିଛନ୍ତି |

Comments are closed.