Related Contents

ମାଲକାନଗିରି ବନ ବିଭାଗ ପକ୍ଷରୁ ମୂଲ୍ୟବାନ କାଠ ଜବତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୭/୦୭): ଗତକାଲି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡୀୟ ବନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଷ୍ଟାଫଙ୍କୁ ନେଇ ରାତ୍ର ୯.୩୦ମିନଟରେ ଜୟପୁର ମୁଖ୍ୟ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ ଓମିନି କାରକୁ ପିଛା କରିବା ସମୟରେ ଗାଡି ଡ୍ରାଇଭର ଜାଣି ପାରି ଗାଡିଚାଡି ଚାଲିଯାଇଥିଲା ।

ଗାଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ସାଗୁଆନ ପଟା ୮ଖଣ୍ଡ, ସାଇଜ କାଠ ୩ଖଣ୍ଡ ଓ ପିଆଶାଳ କାଠ ୮ଖଣ୍ଡ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫,୦୦୦ରୁ ଉର୍ଦ୍ଧ ହେବ । ବନାଧିକାରୀଙ୍କ ଉପସ୍ଥିତରେ ଗାଡି ଏବଂ କାଠ ଜବତ କରାଯାଇଛି । ଜବତ ସମୟରେ ବନବିଭାଗ ରେଞ୍ଜ ଅଫିସର ଶ୍ରୀ ବାସୁଦେବ ନାୟକ, ମାଲକାନଗିରି ଫରେଷ୍ଟର ଶ୍ରୀ ଦୀପଙ୍କର ଶିଉଳି, କରୁକୋଣ୍ଡା ଫରେଷ୍ଟର ରାଜେଶ କୁମାର ସେଠୀ, ପଦ୍ମାଗିରି ଫରେଷ୍ଟର ଜଗଦୀଶ କୁମାର ଦାସ, ଫୋରେଷ୍ଟ ଗାର୍ଡ ଦୀପ୍ତି ରଞ୍ଜନ ନାୟକ, ହୃଷିକେଶ ପାଣିଗ୍ରାହୀ ଓ ପାରା ଷ୍ଟାଫ ଉପସ୍ଥିତ ଥିଲେ ।

Comments are closed.