Friday, March 29, 2024

Top 5 This Week

Related Posts

ବଡ଼ ଭାଇ ର ମୃତ୍ୟୁ କୁ ସହି ନପାରି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୮/୦୭) : ଯେଉଁ ବଡ଼ ଭାଇକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା, ତାହାର ଅଚାନକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରିଲାନି ସାନଭାଇ । ଫଳରେ ବଡ଼ ଭାଇ ର କୋକେଇ ନ ଉଠୁଣୁ ନିଜେ ବି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ

ବଡ଼ ଭାଇ ର ମୃତ୍ୟୁ କୁ ସହି ନପାରି ବିଷ ପିଇଦେଲା ୧୪ ବର୍ଷୀୟ ସାନ ଭାଇ ! ଗୋଟିଏ ପଟେ ବଡ଼ ପୁଅ ର ମୃତଦେହ ଘରେ ପହଞ୍ଚି ନ ଥିବା ବେଳେ ସାନ ପୁଅ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି । ଏପରି ଅଭାବନୀୟ ଓ ହୃଦୟ ବିଦାୟକ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା କୁମ୍ଭାରଖାନ ଗାଁରେ ଘଟିଛି । ମୃତକ ହେଲେ କୁମ୍ଭାରଖାନ ଗାଁ ର ଅଶ୍ୱିନୀ ପୁଟେଙ୍କ ବଡ଼ ପୁଅ ୨୫ ବର୍ଷୀୟ ଦୀପକ ପୁଟେଲ । ବିଷ ପିଇ ଗୁରୁତର ହୋଇଛନ୍ତି ତାଙ୍କ ସାନ ପୁଅ ବିଶ୍ୱଜିତ ଟୁପେ । ଦୁଇ ପୁଅଙ୍କୁ ନେଇ ସୁଖ ର ସଂସାର କରିଥିବା ଅଶ୍ୱିନୀଙ୍କ ମୁଣ୍ଡରେ ହଠାତ୍‌ ଚଡ଼କ ପଡ଼ିଥିବା ବେଳେ ଛାରଖାର ହୋଇଗଲା ତାଙ୍କ ସୁନା ର ସଂସାର ।

ଗତକାଲି ସନ୍ଧ୍ୟାରେ ଦୀପକ ପୁଟେଲ ଝାଙ୍କ୍ରିପାଲି ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରିପାରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ନ ଥିଲେ । ଆଜି ଭୋରରୁ ତାଙ୍କ ମୃତଦେହ ପାଣିରେ ଭାସୁଥିଲା । ସ୍ଥାନୀୟ ଲୋକେ ଶବକୁ ଉଦ୍ଧାର କରି ବେଲପଡା ପୁଲିସକୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଡ଼ ଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ ବିଶ୍ୱଜିତ । ବଡ଼ ଭାଇ ଆଉ ନ ଥିବାରୁ ବଞ୍ଚିବା ଅପେକ୍ଷା ଜୀବନ ହାରିବାକୁ ନିଷ୍ପତ୍ତି ନେଲେ । ଏହାପରେ ସେ ଘରେ ଥିବା ବିଷ ପିଇ ଦେଇଥିଲେ । ବିଷର ଜ୍ୱାଳା ସହି ନ ପାରି ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଭାଇ-ଭାଇ ମଧ୍ୟରେ କଳହ ଘଟି ହଣାହଣି ଯାଏ କଥା ଯାଉଥିବା ବେଳେ ଏଠାରେ ଜଣଙ୍କ ମୃତ୍ୟୁ ଖବର ଶୁଣି ଆଉ ଜଣେ ଜୀବନ ହାରିବାକୁ ଉଦ୍ୟତ ହେବା ଖବର ଶୁଣି ବାକ୍‌ଶୂନ୍ୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ସମସ୍ତଙ୍କ ଆଖିରୁ ଲୁହ ଗଡ଼ୁଥିବା ବେଳେ ବିଶ୍ୱଜିତ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Popular Articles