Related Contents

ଦେଶାନ୍ତରକାରୀ ସ୍ୱୟଂମ ସହାୟିକା ଦକ୍ଷତା ବୃଦ୍ଧି ଏକ ଦିନିଆ ତାଲିମ ଶିବିର

ରିପୋର୍ଟ- ଭୋଜରାଜ ବରିହା
ଖପ୍ରାଖୋଲ(୧୭/୦୭): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମପଞ୍ଚାୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଦେଶାନ୍ତରକାରୀ ସ୍ୱୟଂମ ସହାୟିକା ଗୋଷ୍ଠୀ ମାଙ୍କୁ ଦକ୍ଷତା ବୃଦ୍ଧି ଉପରେ ତାଲିମ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମକୁ ନାବାର୍ଡ ସହାୟତାରେ Y.C.D.A ସଂସ୍ଥା ଆୟୋଜନ କରିଥିଲେ |

ତାଲିମ ଶିବିରରେ ମୁଖ୍ୟ ଅତିଥି ଡ଼ି.ଡ଼ି.ଏମ-ଲକ୍ଷଣ ସଏ, Y.C.D.A ପ୍ରୋଗ୍ରାମ ମେନେଜର ଅଜିତ ବସ୍ତିଆ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମେନେଜର ରସରାଜ ପାଣିଗ୍ରାହୀ ଥିବାବେଳେ, ତାଲିମ ଦାତା ବି.ଏଲ.ସି-ପ୍ରଶାନ୍ତ ନନ୍ଦ,ମାଖୁନୁ ସାଣ୍ଢ ତାଲିମ ଦେଇଥିବାବେଳେ ହେମବନ୍ତି ନନ୍ଦନ ବେହେରା ପରିଚାଳନା କରିଥିଲେ | ଶେଷରେ ଖପ୍ରାଖୋଲ ବି.ଡି.ଓ ତରଣୀ ସୁନା, ଜେ.ଇ-ସୁଶାନ୍ତ ପାଣି,ଏ.ପି.ଓ-ପୁଷ୍ପାଞ୍ଜଳି ସ୍ୱାଇଁ, ମହିଳା ସ୍ୱୟଂମ ସହାୟିକା ଦଳକୁ ବିଭିନ୍ନ ଦିଗଦର୍ଶନ ଦେଇଥିଲେ | ତାଲିମ ଶିବିର ୪୦ଟି ସ୍ୱୟଂସହାୟିକା ଗୋଷ୍ଠୀର ୭୨ଜଣ ମହିଳା ଯୋଗଦେଇଥିଲେ | ଶେଷରେ ସଦାନନ୍ଦ ବାଗ, ଉମେଶ ଗୁପ୍ତା, ଭୋଜରାଜ ବରିହା ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମ ଶିବିର ସମାପ୍ତ କରାଯାଇଥିଲା |

Comments are closed.